ବିଧବାଙ୍କୁ ମିଳୁନି ଭତ୍ତା, କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ

ହାଟଡିହିି, (ବିକାଶ ବିଶ୍ୱାଳ):ଗରିବ, ଅସହାୟ, ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ଭତ୍ତା ଯୋଗାଇଦେବାକୁ ସରକାର ବ୍ୟବସ୍ଥା କରିଥିବାବେଳେ ହାଟଡିହି ବ୍ଲକରେ ଏହା ଧୁଆାଁବାଣ ସାଜିଛି । ବର୍ଷବର୍ଷ ଧରି ଗରିବ ବିଧବା ମହିଳାମାନଙ୍କୁ ମିଳିପାରୁନି ଭତ୍ତା ବର୍ଷବର୍ଷ ଧରି ପଞ୍ଚାୟତ ଠୁଁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପାଳଙ୍କୁ ଭେଟୁତôଲେବି ପଳ ଶୁନ ବୋଲି ଅଭିଯୋଗ କରିଛନ୍ତି ଗରିବ ବିଧବା ହିତାଧିକାରୀ । ପୁରୁଣାପାଣି ଗ୍ରାମର ଦୁହ୍ଲାରୀ ହାଁସଦାଙ୍କ ସ୍ବାମୀ ୧୦ବର୍ଷ ତଳୁ ମୃତୁ୍ୟବରଣ କରିଥିଲେବି ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିପାରୁନି । ସେ ବାରମ୍ବାର ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ପାଇପାରୁ ନାହାନ୍ତି ବୋଲି କହିଛନ୍ତି । ସେହିପରି କରଞ୍ଜବାଟି ଗ୍ରାମର କଣ୍ଢେଇ ଦେହୁରୀଙ୍କ ସ୍ୱାମୀ ଗତ ୭ବର୍ଷ ତଳୁ ମୃତୁ୍ୟବରଣ କରିଥିବାବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିନି । ସେହିପରି ଢ଼େଙ୍କା ପଞ୍ଚାୟତ ରାଇନଟା ଗ୍ରାମର ମେଙ୍କି ନାଇକ, ବାଲିବରେଇ ପଞ୍ଚାୟତ ଠାକୁରପାଟଣା ଗ୍ରାମର ମଞ୍ଜୁଲତା ଦେହୁରୀ, ଢ଼େଙ୍କା ପଞ୍ଚାୟତ ରାଇନଟା ଗ୍ରାମର ରଙ୍ଗମଣି ଦେହୁରୀ ଙ୍କ ସ୍ୱାମୀମାନେ ତିନି ଚାରିବର୍ଷ ତଳୁ ମୃତୁ୍ୟ୍ୟବରଣ କରିଥିଲେବି ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଭତ୍ତା ଯୋଗାଇ ଦିଆଯାଉ ନାହିଁ ବୋଲି ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ