ସାଂସଦ ଙ୍କ ସୁପାରିଶ କୁ ଅଣଦେଖା କୁ ନେଇ ଅସନ୍ତୋଷ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ପାଟବିଲ ସରକାରୀ ଉପ୍ରା ବିଦ୍ୟାଳୟ ଟି ବ୍ଲକ ଅଧିନସ୍ତ ଦ୍ୱିତୀୟ ବୃହତ ପ୍ରାଥମିକ ବିଦ୍ୟାଳୟ।ଏହି ବିଦ୍ୟାଳୟ ରେ ପ୍ରାୟ ୨୫୬ ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ଛାତ୍ରୀ ଙ୍କ ସଂଖ୍ୟା ପ୍ରାୟ ୧୮୯ ଏହି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରାୟ ୯୮ ପ୍ରତିଶତ ଛାତ୍ର ଛାତ୍ରୀ ଆଦିବାସୀ ଓ ପଛୁଆ ଶ୍ରେଣୀର ଅଟନ୍ତି। ଶହେ ଜଣ ରୁ ଅଧିକ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟ ରେ ଜଣେ ଲେଖାଏଁ କ୍ରୀଡା ଶିକ୍ଷକ,ସଂଗୀତ ଶିକ୍ଷକ, କଳା ଶିକ୍ଷକ ରହିବା ର ନିୟମ ରହିଛି। ହେଲେ ଏହି ବିଦ୍ୟାଳୟ ରେ ଦୁଇଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଥିଲେ ମଧ୍ୟ ଏହି ସ୍କୁଲ କୁ ଆଜି ପର୍ଯ୍ୟନ୍ତ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି। ଆଦିବାସୀ ଓ ପଛୁଆ ବର୍ଗ ଛାତ୍ର ଛାତ୍ରୀ ଙ୍କ ପ୍ରତି ସରକାରଙ୍କ ସହହୃଦୟତା ଥିବା ଏହି ବିଦ୍ୟାଳୟ ପାଈଁ ଏହି ସୁବିଧାସବୁ ଦୁର୍ଗମ ଅଟେ। ଏବବାଦ ରେ ସ୍କୁଲ କୁ ଏକ କାର୍ଯ୍ୟକ୍ରମ କୁ ଯୋଗଦେବାକୁ ଆସିଥିବା କେନ୍ଦୁଝର ଲୋକସଭା ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୂର୍ମୁ ଙ୍କ ଅଭିଭାବକ ଓ ଛାତ୍ର ଛାତ୍ରୀ ଗୁହାରି କରିଥିଲେ ଓ ସାଂସଦ ମହୋଦୟା ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଇ ସମସ୍ୟା ର ସମାଧାନ କରାଇବାକୁ ପ୍ରତିଶୃତି ଦେଇଥିଲେ। ମାନନୀୟା ସାଂସଦ ଏବାବଦକୁ ଚାରିମାସ ପୂର୍ବରୁ ଏକ ଚିଠି ଡିପିସି ତଥା ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ସୁପାରିଶ କରିଥିଲେ ମଧ୍ୟ ଫଳ ଶୂନ।ଏହି ବିଦ୍ୟାଳୟ କୁ ଯଶିପୁର ବ୍ଲକ ରେ କାର୍ଯ୍ୟକରୁଥିବା ଜୈନେକ କ୍ରୀଡା ଶିକ୍ଷୟତ୍ରୀ ଆସିବାକୁ ଆବେଦନ କରିଥିଲେ ମଧ୍ୟ ଯଶିପୁର ବ୍ଲକ ଶିକ୍ଷା ଅଧିକାରୀ ଏହାକୁ ଉପରିସ୍ଥ ଅଧିକାରୀ ଙ୍କୁ ସୁପାରିଶ କରିଥିଲେ ମଧ୍ୟ ଡିପିସି ଙ୍କ କାଳକ୍ଷେପଣ ନିତି ସମସ୍ତଙ୍କୁ ଚକିତ କରିଛି।ପ୍ରକାଶଥାଉକି ଯେ ସ୍କୁଲ କମିଟି ସଭାପତି ଏବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରିବା ସହିତ ଅଭିଭାବକ ଙ୍କ ଅସନ୍ତୋଷ ବାବଦରେ ମଧ୍ୟ ଅବଗତ କରିଛନ୍ତି। ଆଗାମୀ ସପ୍ତାହ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଅଭିଭାବକ ରାଜରାସ୍ତା କୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି
ଓ ସାଂସଦ ଙ୍କ ସୁପାରିଶ କୁ ଅଣଦେଖା କରାଯାଇଥିବାରୁ ଜିଲ୍ଲାପାଳ ଙ୍କ ଦୃଷ୍ଟିଆକର୍ଷଣ କରିବାକୁ ନିଷ୍ପତି ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ