ଦକ୍ଷିଣକାଳୀ ମନ୍ଦିର ହୁଣ୍ଡିଭାଙ୍ଗି ଟଙ୍କା, ସୁନା ରୁପା ଗହଣା ଲୁଟିଲେ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ଥାନା ଅନ୍ତର୍ଗତ କଲେଜ ରାସ୍ତାରେ ଥିବା ମାଁ ଦକ୍ଷିଣକାଳୀ ମନ୍ଦିରରୁ ଚୋରି। ଗତକାଲି ରାତିରେ ଗ୍ରୀଲ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ହୁଣ୍ଡିରୁ ଚୋରି କରିବା ସହ ସୁନା, ରୁପା ଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି। ଜାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖବର ପାଇ ଗଞ୍ଜାମ ଆଇଆଇସି ସନ୍ତୋଷ କୁମାର ବେହେରା ଅନୁସନ୍ଧାନୀ କୁକର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ଫେରିଛନ୍ତି।୪୮ ଘଣ୍ଟା ମଧ୍ୟରେ ଗୋଟିଏ କଲେଜ଼ ରାସ୍ତା ଓ ଅନ୍ୟଟି ଷ୍ଟେସନ ରାସ୍ତାର ଏକ ଦୋକାନୁରୁ ଚୋରି କରି ଏକ ପ୍ରକାର ଆତଙ୍କ ସୃଷ୍ଟି କରିବା ସହ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଦୃବୁତ୍ତ।ସହର ମାଁ ଦକ୍ଷିଣକାଳୀ ମନ୍ଦିରରେ ଗତକାଲି ରାତିରେ ଗ୍ରୀଲକାଟି ହୁଣ୍ଡି ଭାଙ୍ଗି ଦାନ ଟଙ୍କା ନେଇଯାଇଥିଲେ। ପରେ ଏହା ସହ ମନ୍ଦିର ଷ୍ଟୋରରେ ପଶି ଏକ ଟ୍ରଙ୍କ ଚୋରି କରି ନେଇଛନ୍ତି। ଏଥିରେ ମାଙ୍କ ସୁନା, ରୁପାର ବିଭିନ୍ନ ଆଭୂଷଣ ଗହଣା ସହ ଟଙ୍କା ମଧ୍ୟ ନେଇ ଯାଇଥିବା ଜଣାପଡିଛି।ସୂଚନାନୁଯାୟୀ, ଦୁର୍ବୃତ୍ତମାନେ ଟ୍ରଙ୍କଟିକୁ ଭାଙ୍ଗି ସମସ୍ତ ସାମଗ୍ରୀ ଓ ଟଙ୍କା ନେଇ ଟ୍ରଙ୍କଟି ମନ୍ଦିର ନିକଟ ଚାଷ ଜମିରେ ଫୋପାଡ଼ି ଦେଇ ଚାଲିଯାଇଛନ୍ତି। କାଳୀଙ୍କ ପ୍ରଭାରେ ମରାଯାଇଥିବା ଟଙ୍କା ମାଳ ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ଖବର ପାଇ ଆଇଆଇସି ସନ୍ତୋଷ କୁମାର ବେହେରା ଏବଂ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧାନୀ କୁକୁର ଆସି କଲେଜ଼ ଫାଟକ କାଇଞ୍ଚପୁର ରାସ୍ତା ଓ ଠାକୁରାଣୀ ମନ୍ଦିର ପଛପଟ ଦେଇ ଶିଶୁ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।ମନ୍ଦିର ତରଫରୁ ସନ୍ତୋଷ କୁମାର ସାହୁ ଥାନାରେ ଏତଲା ଦେଇଛନ୍ତି। ଭୀମ ରେଡି, ରାମ ଗୌଡ଼, ଅକ୍ଷୟ ନାୟକ, ରାମ ବେହେରା, କାଳିଆ ଗୌଡ଼ ପ୍ରମୁଖ ମନ୍ଦିର ନିକଟରେ ଉପସ୍ଥିତ ଅଛନ୍ତି।ସେହିପରି ଷ୍ଟେସନ ରାସ୍ତାର ଏକ ଦୋକାନରୁ ଚୋରି ଯିବା ପରେ ଆଜି ମନ୍ଦିରରୁ ଚୋରିଯିବାକୁ ନେଇ ପୋଲିସ ପେଟ୍ରୋଲିଂଗ ବ୍ୟବସ୍ଥା କଡାକଡି କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।