ଗଞ୍ଜାମ ମହାବିଦ୍ୟାଳୟ ଏନଏସଏସ ପକ୍ଷରୁ ବନ ମହୋଉତ୍ସଵ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା ପୋଗ୍ରାମ ଅଧିକାରୀ ଡ଼ଃ. ସୁଶାନ୍ତ କୁମାର ସେଠିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର
ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ ଯୋଗଦେଇ ଆଜିର ସମୟରେ ଗଛର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଗଛଟିଏ କୁ ଜୀବନ ଟିଏ ବୋଲି କହି ବୃକ୍ଷ ରୋପଣ କରିଥିଲେ। ଅନ୍ୟ ମନଙ୍କ ମଧ୍ୟରେ ପ୍ରଫେସର୍ ସିମାଞ୍ଚଳ ଭୋଳ,ପ୍ରଫେସର୍ ଡ଼ଃ ସ୍ମରଣିକା ହୋତା, ପ୍ରଫେସର୍ ଅମର ପ୍ରସାଦ ବିଷୋୟୀ, ପ୍ରଫେସର୍ ମମତା ପାଢ଼ୀ, ଅଧ୍ୟାପକ ସୂର୍ଯ୍ୟ ନାରାୟଣ ମୁଦୁଲି, ଅଧ୍ୟାପକ ଡ଼ଃ ସୁଶାନ୍ତ ମହାନନ୍ଦ , ଅଧ୍ୟାପିକା ଖୁସୁବ ନାଜ୍, ରଘୁନାଥ ରେଡ୍ଡୀ, ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ସମେତ ଜାତୀୟ ସେବା ଯୋଜନାର ସ୍ବେଛାସେବୀ ଛାତ୍ରଛାତ୍ରୀମାନେ ରଞ୍ଜିତା ସାହୁ, ଇତିଶ୍ରୀ ସାହୁ, ବଳିଆ ମୁଦୁଲି, ଶୋଭାରାଣି ବେହେରା, ଶୁଧାଙ୍ଗିନି ନାହାକ,ଶାଶ୍ଵତ ମଣ୍ଡଳ, ଅନିଲ ପ୍ରଧାନ,ଜ୍ୟୋତି ରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ କିସମର ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ