ଜନ ସମ୍ପର୍କ ଅଭିଯାନ ଓ ସେବା ପୁସ୍ତିକା ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ଇତିମଧ୍ୟରେ କେନ୍ଦ୍ର ରେ ମୋଦୀ ସରକାର ୯ବର୍ଷ ପୂରଣ କରିଛି । ଏହି ବର୍ଷ ପୂର୍ତ୍ତି ଅବସରରେ ଦଳୀୟ ପଦାଧିକାରୀ ମାନେ ଘରକୁ ଘର ଯାଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ବାର୍ତ୍ତା ପହଞ୍ଚାଉଛନ୍ତି । ଗରିବଙ୍କୁ ସେବା, ନାରୀଶକ୍ତିର ପ୍ରଗତି, ଅମୃତ ପିଢିଙ୍କ ସଶକ୍ତିକରଣ, ସମସ୍ତଙ୍କ ସୁଲଭ ସ୍ୱାସ୍ଥ୍ୟ ସେବା ଓ ବ୍ୟବସାୟିକ ସୁଗମତା ଆଦି ଉପରେ ଦଳ ଗୁରୁତ୍ୱାରୋପ କରୁଛି । ଏହି କ୍ରମରେ ଭାରତୀୟ ଜନତାପାର୍ଟି ବନ୍ତ ପକ୍ଷରୁ ବି.ଟି.ପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ପ୍ରମୁଖ ବ୍ୟକ୍ତିଙ୍କୁ ଦଳର ବିଧାନସଭା ନେତା ବଦ୍ରୀ ନାରାୟଣ ଧଳ ଭେଟିଛନ୍ତି । ସେ ନୂଆସାହି ଗ୍ରାମର ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ କୈଳାସ ଚନ୍ଦ୍ର ଧଳ, ଅଭିମନ୍ୟୁ ଦାସ, ରାଉତରାପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୂର୍ଣ୍ଣିମା ମହାପାତ୍ର, ରବିନ୍ଦ୍ର ପୁହାଣ, ନୂଆପୋଖରୀ ଓ ପାଟକନା ଗ୍ରାମର ଶିକ୍ଷାବିତ୍ତ ବ୍ରଜ ସୁନ୍ଦର ନାୟକ ପ୍ରମୁଖ ବ୍ୟକ୍ତିଙ୍କୁ ଭେଟି ସେବା, ସୁଶାସନ, ଗରିବ କଲ୍ୟାଣ ପୁସ୍ତିକା ସହ ପ୍ରଚାର ପତ୍ର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ବରିଷ୍ଠ କର୍ମୀ ମଦନ ମୋହନ ଦାସ, ପ୍ରଦୀପ କୁମାର ସାହୁ, ତପନ କୁମାର ଦାସ ପ୍ରମୁଖ ଜନ ସମ୍ପର୍କ ଅଭିଯାନରେ ସାମିଲ ଥିଲେ ।