ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବୁଗୁଡା, (ଅନିଲ କୁମାର ମହାରଣା):ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବା ନେଇ ଆଜି ରାସ୍ତା ଅବରୋଧ କଲେ ଶତାଧିକ ଗ୍ରାମବାସୀ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ବି.କରଡାବାଡି ପଞ୍ଚାୟତ ନୁଆଁ ଦଦରାଖୋଲ ଗ୍ରାମବାସୀଙ୍କ ଦ୍ୱାରା। କଦମ୍ବ ମଠ ମନ୍ଦିର ଠାରୁ ନୂଆଁ ଦଦରା ଖୋଲ ଯିବା ପାଇଁ ନିର୍ମାଣ ଧିନ ଥିବା ରାସ୍ତା ଓ ବ୍ରିଜ୍ ନିର୍ମାଣ କାମ ଶେଷ ନହୋଇ ଅଧା କାର୍ଯ୍ୟ ହୋଇ ପଡି ରହିଛି। କିଛି ଦିନ ଧରି ଠିକାଦାର ମଧ୍ୟ କାର୍ଯ୍ୟ ବନ୍ଦ କରିଛନ୍ତି। ଯାହାଦ୍ୱାରା ନୂଆଁ ଦଦରାଖୋଲ ଗ୍ରାମକୁ ଯିବା ଆସିବାରେ ଅସୁବିଧା ହେଉଅଛି। ଏହାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ କାର୍ଯ୍ଯାଳୟକୁ ଧାଇଁ ଥିଲେ ମଧ୍ୟ କାର୍ଯ୍ଯାଳୟ ବନ୍ଦ ଥିବା ଦେଖି ଗ୍ରାମବାସୀ ଏକତ୍ରିତ ହୋଇ ବୁଗୁଡା ଥାନା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଭେଟି ଓ ଚିଠି ମାଧ୍ୟମରେ ଜଣାଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୋୖଣସି କାର୍ଯ୍ୟ ସୁଫଳ ନ ହେବାରୁ ବାଧ୍ୟ ହୋଇ କଦମ୍ବ ମଠ ନିକଟରେ ବୁଗୁଡା ଦେଇ ଯାଇଥିବା ନୟାଗଡ ‐ବ୍ରହ୍ମପୁର ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ। ଦିର୍ଘ ସମୟ ଧରି ଉକ୍ତ ରାସ୍ତା ବନ୍ଦ ଥିବା ବେଳେ କୌଣସି ଅଧିକାରୀ ଆସିନଥିବା ବେଳେ ଉଭୟ ପାର୍ଶ୍ଵରେ ଯାନବାହନ ବନ୍ଦ ରହିଥିବା ଜଣାପଡିଛି। ରାସ୍ତା ଅବରୋଧ ହୋଇଥିବା ଖବର ଶୁଣିବା ପରେ ବୁଗୁଡା ତହସିଲଦାର ତାପସ ରାଉତ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ବିଷୟ ବସ୍ତୁ ବୁଝିବା ପରେ ବନ୍ଦ ଥିବା ରାସ୍ତା ଓ ବିଜ୍ର କାମ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ୭ ଦିନ ମଧ୍ୟରେ କାମ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ରୁ ଗ୍ରାମବାସୀ ହଟିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ