ବି. ଏଡ଼ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ମିଳିତ ପ୍ରାଥମିକ ମୁଳ ନିଯୁକ୍ତ ବି. ଏଡ଼ ସଙ୍ଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୪ ଦଫା ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଙ୍କୁ ପ୍ରଦାନ କରାଯାଇଛି l ମୂଳ ନିଯୁକ୍ତ ବି ଏଡ଼ ଶିକ୍ଷକ ମାନଙ୍କୁ ବିଷୟ ଭିତ୍ତିକ ଶିକ୍ଷକ ମାନଙ୍କ ମାନ୍ୟତା ପ୍ରଦାନ କରିବା, ଛଅ ବର୍ଷର ଶିକ୍ଷା ସହାୟକ ଅବଧିକୁ ମୂଳ ଚାକିରୀରେ ଗଣନା କରିବା, ଛଅଟି ଇନକ୍ରିମେଣ୍ଟ ପ୍ରଦାନ କରିବା, ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ସମେତ ବିଭିନ୍ନ ଦାବି ବିଷୟରେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି l ଏହାର ଏକ ନକଲ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଙ୍କୁ ପ୍ରଦାନ କରାଯାଇଛି l ଏହି ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ରାମନାଥ ପଟ୍ଟନାୟକ, ସମ୍ପାଦକ ପ୍ରତାପ ଚନ୍ଦ୍ର ବେହେରା, ସନ୍ତୋଷ କୁମାର ବେହେରା, ଲଳିତ ମୋହନ ପାତ୍ର, ରାମକୃଷ୍ଣ ପ୍ରଧାନ, ସି ଏଚ କୃଷ୍ଣମୂର୍ତ୍ତି, ସି ଏଚ କିରଣ କୁମାର, ଦିଲ୍ଲୀପ କୁମାର ପଲେଇ, ଗୋପାଳ ପ୍ରଧାନ, ବାଳକୃଷ୍ଣ ଗୌଡ଼, ବସନ୍ତ କୁମାର ନାହାକ, ବିଚିତ୍ର ବିହାରୀ ଦାସ, ସରୋଜ ନାୟକ, ବିଜୟ କୁମାର ବେହେରା, ଚକ୍ରପାଣି ବେହେରା, ଟୁକୁନା ଭୂୟାଁ ଓ ସନ୍ତୋଷ ବିଷୋୟୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ