ପ୍ରାଥମିକ ଶିକ୍ଷକମାନଙ୍କର ହେବାକୁ ଥିବା ଅଗଷ୍ଟ୧୬ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଗଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ ଡ଼ାକରାରେ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକମାନଙ୍କର ୩ ଦଫା ଦାବୀ ନେଇ ଆସନ୍ତା ଅଗଷ୍ଟ ୧୬ରୁ ହେବାକୁ ଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ବ୍ଲକ ସମ୍ମୁଖରେ ଧାରଣାକୁ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ଫେଡ଼େରେସନର ମହାସଚିବ ଚାରୁଲତା ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।ପ୍ରକାଶଥାଉକି ଗତ ୧୩.୦୮.୨୦୨୩ରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀଙ୍କ ସହିତ ଷ୍ଟିୟରିିଙ୍ଗ କମିଟିର ସଭ୍ୟମାନଙ୍କର ଆଲୋଚନା କରାଯାଇଥିଲା । ଆଲୋଚନାରେ ମାନ୍ୟବର ମନ୍ତ୍ରୀ ଦାବୀଗୁଡ଼ିକୁ ଗ୍ରହଣ କରି ତୁରନ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ତା ୧୬.୦୮.୨୦୨୩ରିଖ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ତତ୍ସହିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିଙ୍କ ସହିତ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ ଓ ଏଥିପାଇଁ କିଛି ସମୟର ଆବଶ୍ୟକତା ଥିବାରୁ ବର୍ତ୍ତମାନ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ମନ୍ତ୍ରୀଙ୍କ ପରାର୍ଶକୁ ସମ୍ମାନ ଜଣାଇ ଓ ଷ୍ଟିୟରିଙ୍ଗ କମିଟିର ନିଷ୍ପତ୍ତି ଅନୁଯାୟୀ ଉକ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସାମୟିକ ଭାବେ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଗଲା ।ଆଲୋଚନା ବିଫଳ ହେଲେ ଏ ଶିକ୍ଷକଜାତି ସ୍ଥଗିତ ରଖିଥିବା ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶିକ୍ଷକନେତା ଜ୍ୟୋତିରଞ୍ଜନ ଦାସ, ପ୍ରଦୀପ ଦାଶ, ରାଜେଶ କୁମାର ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ସୁଶାନ୍ତ ବେହେରା, ବଙ୍କିମ ଚନ୍ଦ୍ର ସାଗର, ଖଗେନ୍ଦ୍ର ପାଲ, ବିକ୍ରମ ରଥ, ବିଭୂପ୍ରସାଦ ସାହୁ, ମଳୟ କୁମାର ଜେନା, ସୁନିଲ ପ୍ରଧାନ, ପ୍ରମୋଦ ପ୍ରଧାନ, ଆଦିତ୍ୟ ସ୍ୱାଇଁ, ଅକ୍ଷୟ ପାଢୀ, ଆରତ ଭଞ୍ଜନ ସାହୁ ଓ ଯୁଧିଷ୍ଠିର ସାହୁ ପ୍ରମୁଖ ନେତୃତ୍ୱ ଗଣମାଧ୍ୟମକୁ ଜଣାଇଛନ୍ତି ।


