ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସ୍ବାଧୀନତା ଦିବସ ପାଳନ ଅବସରରେ ନିଜ ଦେଶପାଇଁ ଲଢି ଜୀବନ ଦେଇଥିବା ବୀର ସଂଗ୍ରାମୀ ଦେଶଭକ୍ତଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ସୋମବାର ଦିନ ପାଟପୁର ଗାନ୍ଧୀ ଛକ ନର୍ସରୀ ବିଦ୍ଯାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଶିବିରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଗୋଟିଏ ବୁନ୍ଦା ରକ୍ତର ମହତ୍ତ୍ଵ ଏବଂ ନିଜେ ରକ୍ତ ଦେଇ ଅନ୍ୟ ଜଣଙ୍କ ।ଜୀବନ ବଞ୍ଚାଇବା ଏହା ମହାପୁଣ୍ୟ ଉପସ୍ଥିତ ରକ୍ତ ଦାତା ଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିୟାରେ କହିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର ଡାକ୍ତରଙ୍କ ସହାୟତା ୩୦୬ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା । ଏଥିରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଇଂ . ସତୀଶ କୁମାର ରାଉତ ପ୍ରଥମେ ରକ୍ତଦାନ କରି ଅନ୍ୟ ରକ୍ତଦାତାଙ୍କ ପ୍ରେରଣା ପାଲଟିଥିଲେ । ସେହିପରି କିଛି ମହିଳାଙ୍କ କ୍ଷେତ୍ରରେ ପୂର୍ବତନ ସମିତି ସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀ ଙ୍କ ସହଧର୍ମିଣୀ ମଧ୍ୟ ରକ୍ତଦାନ କରି ଅନ୍ୟ ମହିଳାମାନଙ୍କୁ ରକ୍ତ ଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ବିଧାୟକଙ୍କ ପିତା ଅରକ୍ଷିତ ଜେନା , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମୁକୁନ୍ଦ ବରାଡ , ପୂର୍ବତନ ସମିତି ସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀ , ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ , ବ୍ଳକ କଂଗ୍ରେସ ସଭାପତି ବାବୁଲା ଦୋରା , ଯୁବ କଂଗ୍ରେସ ସଭାପତି ପ୍ରଭାକର ତ୍ରିପାଠୀ , ସୁନୀଲ ଚୌଧୁରୀ , ଶଙ୍କର୍ଷଣ ଖୁଣ୍ଟିଆ , ଦୀପକ ସ୍ବାଇଁ , ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ବାଇଁ , ନିରାକାର ପ୍ରଧାନ , ମିଥୁନ ସେଠୀ , ପୂର୍ବତନ ସମିତି ସଭ୍ୟ ପ୍ରତାପ ପ୍ରଧାନ ସମେତ ବହୁ ସ୍ବେଛାସେବୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।


