ସ୍ୱାମୀଙ୍କ ବିରୁଦ୍ଧରେ ଏତଲା ଦେବା ପୂର୍ବରୁ ସ୍ୱାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ରୋଡ ଡିଭାଇଡ଼ରରେ ପିଟି ହୋଇ ୪୪ ବର୍ଷ ବୟସ୍କ ବସନ୍ତ ଗୌଡ଼ଙ୍କ ମୃତ୍ୟୁ ଘଟିଛି। ସୂଚନା ପ୍ରକାରେ ଅଗଷ୍ଟ ୧୪ ତାରିଖ ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଶ୍ବନାଥ ନଗରର ବସନ୍ତ ଗୌଡ଼ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଯାହା ଫଳରେ ବସନ୍ତଙ୍କ ପତ୍ନୀ ଉତ୍ୟକ୍ତ ହୋଇ ନିଜର ସ୍ୱାମୀ ବସନ୍ତଙ୍କ ବିରୁଦ୍ଧରେ ପୋଲସରା ଥାନାରେ ଏତଲା ଦେବାକୁ ଘରୁ ବାହାରି ଆସିଥିଲେ। ପତ୍ନୀଙ୍କୁ ଏତଲା ଦେବାରୁ ଅଟକାଇବା ପାଇଁ ବସନ୍ତ ଗୋଟିଏ ପଲସର ମୋଟର ସାଇକେଲରେ ଦୃତ ଗତିରେ ତାଙ୍କ ପତ୍ନୀଙ୍କ ପିଛା କରିବା ସମୟରେ ପୁରୁଣା ଫାଣ୍ଡି ସମ୍ମୁଖରେ ଡିଭାଇଡରରେ ତାଙ୍କ ବାଇକ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଆହତ ବସନ୍ତଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ବସନ୍ତ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ