ଦିଗପହଣ୍ଡି ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ୫୦ ତମ ଶାରଦୀୟ ଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରଘୁନାଥ ମନ୍ଦିର ମଣ୍ଡପ ପରିସରରେ ବରିଷ୍ଠ ନାଗରିକ , ବୁଦ୍ଧିଜୀବି ଏବଂ ସହରବାସୀଙ୍କ ଉପସ୍ଥିତିରେ ଚଳିତ ବର୍ଷ ମାଁ ଙ୍କ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ପରିଚାଳିତ ହେବ କାହାକୁ କେଉଁ ଦାୟିତ୍ଵ ନିର୍ବାହ କରିବାକୁ ହେବ ସେ ନେଇ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ମାଁ ଙ୍କ ଯାତ୍ରା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଶ୍ୱିନ ମାସ ମହାସପ୍ତମୀ ତିଥି ଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ବଜାର ସାହି ଗାନ୍ଧୀ ଛକ ସ୍ଥିତ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯିବ। ଯାତ୍ରା ପୂର୍ବରୁ ଅସ୍ଥାୟୀ ଯାତ୍ରା ପୀଠ ରେ ଶୁଭଖୁଣ୍ଟି ସ୍ଥାପନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗୃହୀତ କରାଯାଇଥିଲା । ପରିଶେଷରେ ଯାତ୍ରା କମିଟି କାର୍ଯ୍ୟକର୍ତ୍ତା ଚୟନ କରାଯାଇ ସଭାପତି ଭାବେ ବିକାଶ ପଶୁପାଳକ , ଉପ ସଭାପତି – ଏ . ସାକିଲି , ସମ୍ପାଦକ – ନୀଳମାଧବ ଗୈାଡ , ସହ ସମ୍ପାଦକ – ଆଶିଷ କୁମାର ପଟ୍ଟନାୟକ , କୋଷାଧ୍ୟକ୍ଷ – ହିମାଂଶୁ ପାଣିଗ୍ରାହୀ , ସହ କୋଷାଧ୍ୟକ୍ଷ – କେ . ରାଜେନ୍ଦ୍ର ରହିଥିବା ବେଳେ ଉପଦେଷ୍ଟା ଭାବେ କୁରେଶୁ ମହାରଣା , ଏ . ଗୋବିନ୍ଦ , ଶିବଶଙ୍କର ମହାଙ୍କୁଡ , ବିଚିତ୍ରାନନ୍ଦ ପଟ୍ଟନାୟକ , ପ୍ରଦୀପ କୁମାର ପଣ୍ଡା , ଦୁର୍ଗା ପ୍ରସାଦ ମେକାପ , କେ . କୁନା , ରବିନ୍ଦ୍ର ମାର୍ଥା ମନୋନୀତ ହୋଇଛନ୍ତି । ଏହି ପ୍ରସ୍ତୁତି ବୈଠକ ସମୟରେ ପଣ୍ଡିତ ସନାତନ ରଥ ଶର୍ମା ଙ୍କ ସମେତ ମନ୍ଦିର ସେବକ ଆଦିତ୍ୟ କୁମାର ପାତ୍ର ଓ ବହୁସଂଖ୍ୟକ ସହରବାସୀ ଉପସ୍ଥିତ ଥିଲେ ।