ମଦନ ମୋହନପୁର ବିଦ୍ୟାଳୟ ରେ ମନ୍ତ୍ରୀମଣ୍ଡଳ ଗଠନ ଓ ଚାରା ରୋପଣ କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଛି। ଶ୍ରୀୟା ପ୍ରଧାନ ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ତୋଫାନ ପାତ୍ର ଙ୍କୁ ଶିକ୍ଷାମନ୍ତ୍ରୀ, କିରଣ ଗୌଡ଼ ଙ୍କୁ ପରିବେଶ ଓ ଉଦ୍ୟାନ, ଓମ ପ୍ରଧାନ ଙ୍କୁ ସଂସ୍କୃତି, ରିତେଶ ଗୌଡ଼ ଙ୍କୁ କ୍ରୀଡା, ରିକି ପ୍ରଧାନ ଙ୍କୁ ଖାଦ୍ୟ, ଓଁ କାର ପ୍ରଧାନ ଙ୍କୁ ଶୃଙ୍ଖଳା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ସେହିପରି ପ୍ରୀତି ପ୍ରଜ୍ଞ ପ୍ରଧାନ ଏବଂ ମଧୁସ୍ମିତା ପ୍ରଧାନ ଙ୍କୁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଚୟନ କରାଯାଇଛି। ବିଦ୍ୟାଳୟର ଇକୋ କ୍ଲବ ଓ ପୁରାତନ ଛାତ୍ର ସଂଘ ମୋ ସ୍କୁଲ ଆଲୁମିନି ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ କିସମର ବୃକ୍ଷ ଚାରା ଗୁଡ଼ିକୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ବଣ୍ଟନ କରାଯିବା ସହ କିଛି ଔଷଧିୟ ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ସିଡ଼ିପିଓ ପୁଷ୍ପାଞ୍ଜଳି ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବରାମ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଚେତନତା ସଭାରେ ଛାତ୍ର ଛାତ୍ରୀ ମାନଙ୍କୁ ବେଲ, ଅଁଳା, ଅଶୋକ, ଗୁଡ଼ମାରି, ହାଡ ସିଙ୍ଖୁଳା, ବ୍ରାହ୍ମୀ, ଗଙ୍ଗଶିଉଳି, ଲିମ୍ୱ, ଶ୍ୱେତ ମନ୍ଦାର, ଅର୍ଜୁନ, କରଞ୍ଜ ପ୍ରଭୃତି ଔଷଧୀୟ ବୃକ୍ଷର ଉପକାରିତା ସମ୍ପର୍କରେ ସଚେତନ କରାଯାଇଥିଲା। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗଠିତ ହୋଇଥିବା ମନ୍ତ୍ରୀମଣ୍ଡଳ ର ସଦସ୍ୟ ବୃନ୍ଦ ବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ବୃକ୍ଷ ରାଜି ଏବଂ ପରିବେଶ ର ସୁରକ୍ଷା କରୁଥିବାରୁ ମୁଖ୍ୟଅତିଥି ଏହାର ଭୂୟସୀ ପ୍ରଶଂସା କରିଥିଲେ। ଏତଦ୍ ବ୍ୟତୀତ ଛାତ୍ରୀ ମାନେ ବାଲ୍ୟ ବିବାହ ରୁ କେମିତି ନିବୃତ ରହିବେ ଓ ଗ୍ରାମରେ ଅନ୍ୟ ମାନଙ୍କୁ ଏହି ସମ୍ପର୍କ ରେ ସଚେତନ କରିବେ ସେଥିପ୍ରତି ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଶିକ୍ଷକ ନରେନ୍ଦ୍ର ସାହୁ, ଶିକ୍ଷୟତ୍ରୀ ଜ୍ୟୋତି ମହାରଣା, ଅଙ୍ଗନୱାଡ଼ି କର୍ମୀ ପ୍ରତିମା ଦେବୀ ଓ ମୋ ସ୍କୁଲ ଆଲୁମିନି ର ପୁରାତନ ଛାତ୍ର ମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ।