ଛତ୍ରପୁର କୁ ମ୍ୟୁନିସିପାଲିଟି ଘୋଷଣା କରିବା ପାଇଁ ୫-ଟି ସଚିବଙ୍କୁ ଦରଖାସ୍ତ ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଛତ୍ରପୁର ସହରକୁ ବିଭିନ୍ନ ଗ୍ରିଭେନ୍ସ ଶୁଣିବା ପାଇଁ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ କାର୍ଯ୍ୟକ୍ରମ ରହିଥିଲା । ଏହି ପରିପ୍ରେକ୍ଷରେ କଳା, ସାହିତ୍ୟ ଓ ସଂସ୍କୃତି ଆଦି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରକୁ ମୁନିସିପାଲିଟି ଘୋଷଣା କରିବା ପାଇଁ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଜି.ଆରତିଙ୍କ ନେତୃତ୍ୱରେ ସହରର ଜନପ୍ରତିନିଧିମାନେ ୫-ଟି ସଚିବଙ୍କୁ ଅନୁରୋଧ କରିଛନ୍ତି । ଛତ୍ରପୁର ଏନଏସି ପୌରପାଳିକା (ମ୍ୟୁନିସିପାଲଟି) ମାନ୍ୟତା ପାଇବାକୁ ସମସ୍ତ ଯୋଗ୍ୟତା ହାସଲ କରିଅଛି । ଏଣୁ ଛତ୍ରପୁର ଏନଏସି କୁ ତୁରନ୍ତ ମୁନିସିପାଲିଟି ଘୋଷଣା କରାଗଲେ ଛତ୍ରପୁର ସହରବାସୀ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଜି.ଆରତି ଓ ବର୍ତମାନ ର ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓଙ୍କ ନେତୃତ୍ୱରେ କାଉନସିଲର ପ୍ରିତିଛନ୍ଧା ସାମଲ, ଡି.ଇନ୍ଦୁ, ସନ୍ତୋଷୀ ସେଠୀ ଓ ମମତା ପାତ୍ରଙ୍କ ସମେତ ଅନ୍ୟାନ୍ୟ କାଉନ ସିଲର ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦରଖାସ୍ତ ୫-ଟି ସଚିବଙ୍କୁ ପ୍ରଦାନ କରିଥିଲେ । ଏଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜନପ୍ରତିନିଧିଙ୍କୁ ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ