ଗଞ୍ଜାମ ବିଜେପି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ ଉତ୍ସବ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଜିଲ୍ଲା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ ତତ୍ତ୍ୱାବଧାନରେ ବିଜିପୁର ଛକ ସ୍ଥିତ ସନ୍ତୋଷୀ ମାଁ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଧୁମଧାମରେ ପାଳିତ ହୋଇଯାଇଛି । ଭାରତୀୟ ଜନତା ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ଵାଳ ଏବଂ ବର୍ଷା ବିଦ୍ୟୁସ୍ମିତା ପାଳ ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସାହାଯ୍ୟ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ସାମାଜସେବୀ ସଞ୍ଜୟ ମାଝୀ,କର୍ପୋରେଟର ବନିତା ସାହୁ,ପ୍ରଦୀପ ଶତପଥି, ଡ଼ି.କରୁଣାକର,ପ୍ରେମଶିଳା ନନ୍ଦ,ବିଜେପି ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ,ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ସୋମନାଥ ପାତ୍ର,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଗୋପିନାଥ ପଣ୍ଡା,ଭାବଗ୍ରାହୀ ପାଳ,ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ଗୀତା ଦାସ,ରଶ୍ମିତା ଶତପଥି,ସୁଶିଳା ବାଡ଼ତ୍ୟା,ଗୀତା ବେହେରା,ଲକ୍ଷ୍ମୀପ୍ରିୟା ନାୟକ,ରଜତ ପଣ୍ଡିତ,ଏସ୍.ଶ୍ରୀନିବାସ,ଲକ୍ଷ୍ମୀ ବେହେରା,ସୌମେନ୍ଦ୍ର ଦାସ,ସୁମନ ସତପଥି,ବିଘ୍ନରାଜ ନାହାକ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ରକ୍ଷା ବନ୍ଧନ ଉତ୍ସବ କାର୍ଯ୍ୟକ୍ରମରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜଳା ଯୋଜନାରେ ୪୦୦ ଏବଂ ଘରୋଇ ଉପଭୋକ୍ତାଙ୍କୁ ୨୦୦ ଟଙ୍କା ରଷୋଇ ଗ୍ୟାସ୍ ରେ ଛାଡ଼ କରିଥିବାରୁ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଦେଶର ଅଗଣିତ ମା ଓ ଭଉଣି ମାନଙ୍କ ପାଇଁ ଏହା ଏକ ବହୁତ ବଡ଼ ଉପହାର । ସମସ୍ତ ମହିଳା ମୋର୍ଚ୍ଚା କର୍ମୀ “ଭାଇ ହୋତ ଐସା ନରେନ୍ଦ୍ର ମୋଦି ଯୈସା” ନାରା ଦେଇ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁରର ଓଡ଼ିଶା ଦିବ୍ୟାଙ୍ଗ ସେବା କେନ୍ଦ୍ର (ଗୋସାଇଁନୂଆଗାଁ) ର ଦୃଷ୍ଟିହୀନ ଛାତ୍ରୀ ମାନେ ଆସି ବିଜେପି କାର୍ଯ୍ୟକର୍ତ୍ତା ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଶେଷରେ ମହିଳା ମୋର୍ଚ୍ଚା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ମହିଳା ମୋର୍ଚ୍ଚା ତରଫରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ନରେ ପଟା ରିକ୍ସା ସଂଘର ସଦସ୍ୟ,ଅଟୋ ଚାଳକ,ଶିଳ୍ପାଞ୍ଚଳ ମଣ୍ଡଳର ସଫେଇ କର୍ମଚାରୀ ମାନଙ୍କୁ ଏବଂ ଅପରାହ୍ନରେ ପ୍ରେସ୍ କ୍ଲବ ଠାରେ ସାମ୍ବାଦିକ ମାନଙ୍କୁ ବିଜେପି ମହିଳା ମୋର୍ଚ୍ଚା ସ୍ନେହ ଯାତ୍ରା ଅବସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ