ଅଭିରାମ ପରମହଂସ ମିଳନ ମନ୍ଦିରର ୪୯ ତମ ବାର୍ଷିକ ଉତ୍ସବ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବଡଡୁମୁଳା ଗ୍ରାମ ସ୍ଥିତ ଶ୍ରୀ ଅଭିରାମ ପରମହଂସ ଙ୍କ ମିଳନ ମନ୍ଦିର ର ୪୯ ତମ ବାର୍ଷିକ ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଗତ ଶୁକ୍ରବାର ଠାରୁ ପ୍ରତିଦିନ ମନ୍ଦିର ପରିସରରେ ଅଷ୍ଟପ୍ରହରନାମଯଜ୍ଞ ,ହୋମ,ଜ୍ଞାନ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା।ଗଞ୍ଜାମ ଜିଲା ର ବିଭିନ୍ନ ଆଶ୍ରମ ରୁ ବହୁସଂଖ୍ୟକ ସାଧୁସନ୍ଥ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ବାବାଜୀ  ଅର୍ନ୍ତର୍ଯ୍ୟାମୀ  ଦାସ,   ଉମାକାନ୍ତ ଦାସ,  ନରହରି ଦାସ,  ବିଜୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଅଭିରାମ ପରମହଂସ ଙ୍କ ଲିଖିତ ପ୍ରବଚନ ମାଧ୍ୟମରେ ପ୍ରାଚୀନ ସନାତନ ଧର୍ମ ଆଧାରରେ ନିଜକୁ ପରିଚାଳିତ କଲେ ଏକ ସୁସ୍ଥ ଓ ବଳିଷ୍ଠ ମାନବ ସମାଜ ଗଠନ ହୋଇ ପାରିବ ବୋଲି ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇଥିଲେ।ବଡଡୁମୁଳା ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ଜାନି, ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ, ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନି, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଦେବୀପ୍ରସାଦ ମହାପାତ୍ର, ପଞ୍ଚାନନ ବାଡତ୍ୟା, ଶିବାନନ୍ଦ ଜେନା,ସନ୍ତୋଷ ପ୍ରଧାନ, ଉଦୟ ନାଥ ମହାପାତ୍ର, ସନ୍ତୋଷ ଜେନା, ଦେବରାଜ ସାହୁ,ଅର୍ନ୍ତର୍ଯ୍ୟାମୀ ବେଜ, ନିରଞ୍ଜନ ରଣା, ରାଜୁ ସେଠୀ, ମାମି ଜେନା, ବିଷ୍ଣୁ ସାହୁ, ନାର୍ଶୁ ସେଠୀ, ଯଜ୍ଞ ଜେନା, ଅନିତା ପଟ୍ଟନାୟକଙ୍କ ସମେତ ଅନେକ ଭକ୍ତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମେଘଝୋଳି ଆଶ୍ରମ, ବଡ଼ଡୁମୁଳା ଭାଗବତ ଆଶ୍ରମ, ଝରିପଦର ଅବଧୂତ ଆଶ୍ରମ , ଶିବାନନ୍ଦ ଆଶ୍ରମ ,ନରସିଂହପୁର ଅଭିରାମ ଆଶ୍ରମ, ଦକ୍ଷିଣପୁର ଗ୍ରାମର ଭକ୍ତମାନଙ୍କ ସମେତ ଆଖ ପାଖ ଅଞ୍ଚଳ ର ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ