ବେଲଗୁଣ୍ଠାରେ ଗାନ୍ଧୀ ଜୟନ୍ତୀ ସମାରୋହ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି । ନଗରପାଳ ଫିରୋଜ କୁମାର ସେଠୀଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ଭାବେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ଅବସରରେ ସେଠାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଗଞ୍ଜାମ ମାଟିର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀ, ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି,ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳ ଭାରତୀ କୁନ୍ତଳା କୁମାରୀ ଙ୍କ ପ୍ରତିମୂର୍ତ୍ତି ମଧ୍ୟ ଶ୍ରୀ ସ୍ୱାଇଁ ଲୋକାର୍ପିତ କରିଥିଲେ ।ଏଥି ସହିତ ରାଜ୍ୟ ସରକାରଙ୍କ ୫ଟି ରୁପାନ୍ତରିତ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ଉଦ୍ଘାଟନ କରିଥିଲେ । ଆଜି ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ୫୧ତମ ଜନ୍ମ ଦିନ ଥିବାରୁ ବେଲଗୁଣ୍ଠା ସହରର ନଗର ପାଳ ଫିରୋଜ କୁମାର ସେଠୀଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଗଠନ ତଥା ଏନ୍.ଏ.ସି ତରଫରୁ କେକ୍ କାଟି ଜନ୍ମୋତ୍ସବ ପାଳନ କରାଯିବା ସହିତ ଶ୍ରୀ ସ୍ୱାଇଁଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ପୁର୍ବତନ ନଗରପାଳ ତଥା ସାଂସଦ ପ୍ରତିନିଧି ରବିନ୍ଦ୍ରନାଥ ମହାପାତ୍ର, ଥାନାଧିକାରୀ ବନବିହାରୀ ପ୍ରଧାନ, ପରିଷଦ ସଭ୍ୟ ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ, ବିଶ୍ୱନାଥ ଦଳାଇ, କାହ୍ନୁଚରଣ ସାହୁ, ପ୍ରଦୀପ କୁମାର ସେଠୀ,କାଉନସିଲର ପ୍ରତିନିଧି ରଞ୍ଜିତ କୁମାର ସାମଲ, ଚିଦାନନ୍ଦ ପାତ୍ର,କେ.ଜିତେନ୍ଦ୍ର ସୁବୁଦ୍ଧି,ଅଜୟ ପାତ୍ର, ସନ୍ତୋଷ କୁମାର ସ୍ୱାଇଁଙ୍କ ସମେତ ସଙ୍ଗଠକ ତଥା ସମାଜସେବା ଭି.ଦେବୀ ପ୍ରସାଦ ପାତ୍ର, ସତ୍ୟନାରାୟଣ ମହାପାତ୍ର,,ଶିବ ପ୍ରସାଦ ମହାପାତ୍ର, ଲକ୍ଷ୍ମୀ ନାରାୟଣ ସାହୁ ରାଧାକୃଷ୍ଣ ସ୍ୱାଇଁ ଓ ସହରବାସୀ ଉପସ୍ଥିତ ଥିଲେ ।ଏହି ଅବସରରେ ବେଲଗୁଣ୍ଠା ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଗୃହର ଛାତ ଖରାପ ହୋଇ ଯାଇଥିବାରୁ ସଙ୍ଘ ସଭାପତି ଅଭିମନ୍ୟୁ ପଟ୍ଟନାୟକଙ୍କ ସହ ସଦସ୍ୟମାନେ ବିଧାୟକ ଶ୍ରୀ ସ୍ୱାଇଁ ଙ୍କୁ ଅବଗତ କରାଇଥିଲେ । ବିଧାୟକ ନିଶ୍ଚିତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ଉପସଭାପତି ପ୍ରଭାତ କୁମାର ସାହୁ ଙ୍କ ନେତୃତ୍ବରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ମଧ୍ୟ ବିଧାୟକ ଶ୍ରୀ ସ୍ୱାଇଁ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଚଲାପଥ କୁସୁମିତ ପାଇଁ ଶୁଭକାମନା କରାଯାଇଥିଲା ।