ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ଦାବି ନେଇ କୋଣାର୍କ ମୁଖ୍ୟ ରାସ୍ତା ଅବରୋଧ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଓ ୯ଟି ରାଜସ୍ବ ଗ୍ରାମର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ବୁଧବାର ପୂର୍ବାହ୍ନରେ କୋଣାର୍କ କମିଟି ପକ୍ଷରୁ କୋଣାର୍କ-ଭୁବନେଶ୍ବର ମୁଖ୍ୟ ରାସ୍ତା ଭଗବତୀ କଲେଜ ଛକ ନିକଟରେ ବିକ୍ଷୋଭ ଓ ରାସ୍ତା ଅବରୋଧ କରାଯାଇଥିଲ। ଭୂସୁରକ୍ଷା କ୍ରିୟାନୁଷ୍ଠାନ କମିଟି ସଭାପତି ସୁକାନ୍ତ ମହାନ୍ତିଙ୍କ ନେତୃତ୍ବରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଆବାହକ ଅଭୟ ସାହୁ,ସିପିଆଇ ବରିଷ୍ଠ ନେତା ଆଶିଷ କାନୁନଗୋ, ପ୍ରଦୀପ୍ତ ମହାନ୍ତି,ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, କାକଟପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ବଭୂଷଣ ଦାସଙ୍କ ସମେତ ଶତାଧିକ ପୁରୁଷ ଓ ମହିଳାମାନେ ରାସ୍ତାରେ ଧାରଣାରେ ବସି ରହିଥିଲେ।ଫଳରେ ପ୍ରାୟ ୩ ଘଣ୍ଟା ଧରି ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ସହିତ ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ର, କୋଣାର୍କ, ଚନ୍ଦ୍ରଭାଗା, ରାମଚଣ୍ଡୀ ଥାନାଧିକାରୀ ଉପସ୍ଥିତ ଥିଲେ। ଦୀର୍ଘ ୫୦ବର୍ଷ ଧରି କୋଣାର୍କ, ମାଧିପୁର, ବେରୁହ, ସୁତନ, ତରକୋର, ଖାଲକଟାପାଟଣା,ବାଙ୍ଗର,ବରପଦା, ଭୁଆଁ,ଜୁଣେଇ ମୌଜାର ବାସିନ୍ଦା ଜମିଜମା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଫଳରେ ଏହି ମୌଜାର ଅଧିବାସୀମାନେ ଜାତିଗତ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର,ଆୟ ପ୍ରମାଣପତ୍ର, ନମିଳିବାରୁ ସରକାରୀ ସାହାଯ୍ୟ ଓ ସହଯୋଗରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ଆସନ୍ତା ୬ତାରିଖ ଶୁକ୍ରବାର କୋଣାର୍କ ଯାତ୍ରୀନିବାସରେ ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଲୋଚନା କରାଯିବ ବୋଲି ଏସଡିପିଓ ଶ୍ରୀମିଶ୍ର ପ୍ରତିଶ୍ରୁତି ଦେବାରୁ ରାସ୍ତାରୁ ଉଠିଥିଲେ ବିକ୍ଷୋଭକାରୀମାନେ। ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯାଇ କୋଣାର୍କ ବନ୍ଦ କରାଯିବ ବୋଲି କମିଟି ଚେତାବନୀ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ