ବିଦ୍ୟାଧରପୁର ପୋଲ ସଂଯୋଗୀ କରଣ ରାସ୍ତା ବିପର୍ଯ୍ୟସ୍ଥ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଏକ ପ୍ରମୁଖ ରାସ୍ତା ଭାବେ ଗଣିତ ହେଉଥିବା ବିଦ୍ୟାଧରପୁର – ଶଙ୍କଟପାଲିଆ ରାସ୍ତାଟି ଏବେ ଯାତାୟତ ଅନୁପଯୋଗୀ ହୋଇ ପଡିଛି । ଜଳସେଜଚନ ବିଭାଗ ଅଧିନରେ ଥିବା ଏହି ରାସ୍ତାଟି କେନ୍ଦୁଝର ଜିଲ୍ଲା ସହିତ ଭଦ୍ରକ ଜିଲ୍ଲାର ଆଗରପଡାକୁ ସଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ଉପରେ ହଦଗଡ, ବାଲିବରେଇ, ବାଙ୍ଗୋର, ଧନୁର୍ଜୟପୁର, ପଢ଼ିଆରିପଲ୍ଲୀ, ସୋସୋ ପ୍ରଭୃତି ପଞ୍ଚାୟତ ସମେତ ଭଦ୍ରକ ଜିଲ୍ଲାର ଆଗରପଡା ଅଞ୍ଚଳର ୨/୩ଟି ପଞ୍ଚାୟତର ଲୋକମାନେ ନିତିଦିନ ଯାଆସ କରିଥାନ୍ତି । ବେତରଣୀ ସଂଯୋଗୀ କରଣ ଯୋଜନାରେ ଯାଇଥିବା କେନାଲ ଉପରେ ବିଦ୍ୟାଧରପୁର ନିକଟରେ ଏକ ପୋଲ ନିର୍ମାଣ କରାଯାଇଥିବାବେଳେ ଏହାର ସଂଯୋଗୀ କରଣ ରାସ୍ତା ନିର୍ମାଣ ନହୋଇ ବର୍ଷବର୍ଷ ଧରି ପଡି ରହିଥିବାରୁ ରାସ୍ତାଟି ଯାତାୟତ ଅନୁପଯୋଗୀ ହୋଇ ପଡିଛି । ବିଶେଷକରି ହଦଗଡ ପର୍ଯ୍ୟଟନ କ୍ଷେତ୍ରକୁ ଦୈନିକ ଶହଶହ ଲୋକ ଆସୁଥିବାବେଳେ ନାନା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମା ଯୋଗୁଁ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ହୋଉଥିବା ଦେଖିବାକୁ ମିଳିଛି । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେବି ବିଭାଗୀୟ କର୍ତ୍ତୁପକ୍ଷ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହାଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ନେଇ ଆଗାମୀ ଦିନରେ ଆନେ୍ଦାଳନ କରିବାକୁ ଅଞ୍ଚଳବାସୀ ସଜବାଜ ହେଉଥିବା ଜଣାଯାଇଛି । ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ