କରଞ୍ଜିଆ ରେ ସାଇବର ସୁରକ୍ଷା ସଚେତନତା ରାଲ୍ଲୀ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟରେ ସାଇବର ଅପରାଧ ଉପରେ ରୋକ୍‌ ଲଗାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ସାଇବର ଅପରାଧରୁ କିପରି ଦୂରେଇ ରହିବେ ସେନେଇ ଲୋକଙ୍କୁ ସଚେତନ କରୁଛି ପୋଲିସ । ଏହି ସଚେତନତା ଅଭିଯାନ ରେ କରଞ୍ଜିଆ ପୋଲିସ ପକ୍ଷରୁ ମଧ୍ୟ ଆଜି ସଚେତନତା ରାଲ୍ଲୀ ଅନୁଷ୍ଠିତ ହୋଇଯାଇଛି । ଆଜି ଏନେଇ ପୋଲିସ ପକ୍ଷରୁ ଥାନା ପରିସରରୁ ସକାଳ ପ୍ରାୟ ୧0ଘଟିକା ସମୟରେ ଏକ ସଚେତନତା ରାଲ୍ଲୀ ବାହାରି କରଞ୍ଜିଆ ବଜାର ପରିକ୍ରମା କରିଛି । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,କରଞ୍ଜିଆ ଥାନାଧିକାରୀ ସୂଚନ୍ଦ୍ର ମହାଳିକ ,ବିଭିନ୍ନ ସ୍କୁଲ କଲେଜ ର ବିଦ୍ୟାର୍ଥୀଙ୍କ ସମେତ ବହୁ ସ୍ବେଛାସେବୀ ଅନୁଷ୍ଠାନ, ସ୍ୱୟଂ ସହାୟିକା ଗୋଷ୍ଠି, ଅଙ୍ଗନୱାଡି, ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଏହି ସଚେତନତା ରାଲ୍ଲୀ ବଜାର ପରିକ୍ରମା ପରେ ହାଇସ୍କୁଲ ପଡିଆ ରେ ପହଞ୍ଚିଥିଲା ।ହାଇସ୍କୁଲ ପଡିଆ ରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ଏହି ସଭା ରେ ମୁଖ୍ୟଅତିଥି ରୂପେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ରୂପେ ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ,କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି,ଅତିରିକ୍ତ ଏସପି ଉମେଶ ଚନ୍ଦ୍ର ପଣ୍ଡା, ଡ଼ିଏସପି ଦୋଳମଣି ଭୋଇ , ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, କରଞ୍ଜିଆ ଥାନାଧିକାରୀ ସୂଚନ୍ଦ୍ର ମହାଳିକ ପ୍ରମୁଖ ଉପସ୍ଥିତ ହୋଇ ଉପସ୍ଥିତ ଜନତା ଙ୍କୁ ସାଇବର କ୍ରାଇମ ରୁ ସୁରକ୍ଷିତ ରହିବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ କାର୍ଯ୍ୟକ୍ରମ ରେ ସାଇବର କ୍ରାଇମ ବାବଦକୁ ଏକ କ୍ଷୁଦ୍ର ନାଟକ ପରିବେଷଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଶେଷ ରେ କରଞ୍ଜିଆ ପୋଲିସ ଦ୍ୱାରା ଆୟୋଜିତ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ