କରଞ୍ଜିଆ ଏନଏସି ର ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ଏନଏସି ଦ୍ୱାରା ମୁକ୍ତା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ୨୦୨୩-୨୪ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଆଜି ଦିବା ୧୧ ଘଟିକା ସମୟ ରେ ଏନଏସି କନଫରେନ୍ସ ହଲ ଠାରେ ଏହି କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି କରଞ୍ଜିଆ ଏନଏସି ମୁକ୍ତାଯୋଜନା ର ସଂଯୋଜକ ସମରଜିତ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ରାଜ୍ୟ ମହିଳା ଓ ଶିଶୁଵିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ବସାନ୍ତିହେମ୍ବ୍ରମ, କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ ପରିଜା,ରାଜ୍ୟ ସମବାୟ ବୋର୍ଡ ନିର୍ଦ୍ଧେଶକ ତଥା ପୂର୍ବତନ ଏନଏସି ଅଧକ୍ଷ୍ୟ ଗିରିଧାରୀ ପୃଷ୍ଟି, କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ ଯୋଗଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ କରଞ୍ଜିଆ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସର୍ବମୋଟ ୫୩ ଟି ପ୍ରକଳ୍ପ ନିମନ୍ତେ ୨କୋଟି ୯0 ଲକ୍ଷ ଟଙ୍କା ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ମିନି ପାର୍କ, ଓପନ ଜିମ, ଶିଶୁ ଙ୍କ ନିମନ୍ତେ ପ୍ଲେ ଷ୍ଟେସନ, ଓପନ ସ୍ପେସ ଡେଭଲପମେଣ୍ଟ, ୱାର୍କିଂ ଟ୍ରାକ, ୱାଲ ପେଣ୍ଟିଙ୍ଗ କାର୍ଯ୍ୟ ରହିଥିବା ସୂଚନା ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି ସୂଚନା ଦେଇଛନ୍ତି ଏହି କାର୍ଯ୍ୟକ୍ରମ ରେ ସମସ୍ତ କାଉନସିଲର ଓ କାର୍ଯ୍ୟାଳୟର କର୍ମଚାରୀ ଙ୍କ ସମେତ ଅନେକ ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟା ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ