ଛାତ୍ରୀକୁ କମ୍ପ୍ୟୁଟର ଶିକ୍ଷକଙ୍କ ଅସଦାଚରଣ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ ଅଞ୍ଚଳ ର ଜୈନେକ ଛାତ୍ରୀକୁ ବିବାଦୀୟ କମ୍ପ୍ୟୁଟର ଶିକ୍ଷକଙ୍କ ଅସଦାଚରଣ , ଶିକ୍ଷକଙ୍କୁ ପରିବାର ଲୋକେ କରଞ୍ଜିଆ ଥାନାରେ ଜିମାଦେଲେ ଓ ଶିକ୍ଷକଙ୍କ ପରିବାର ଲୋକଙ୍କ ନାମ ରେ ପାଲଟା ଅଭିଯୋଗ। ଏହି ପରି ଏକ ଅଭାବନୀୟ ଘଟଣା ଘଟିଛି କରଞ୍ଜିଆ ଥାନା ପରିସରରେ।ଗତକାଲି ସକାଳୁ କରଞ୍ଜିଆ ସହରର ଏନଏସି ଛକରେ ଥିବା କଳିଙ୍ଗବିକାଶ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ଶିକ୍ଷା ଗ୍ରହଣ କରୁଥିବା ଜୈନିକ କରଞ୍ଜିଆ ବ୍ଲକ ବାଟପଳସା ପଞ୍ଚାୟତ ତେନ୍ତୁଳିପଶି ଗାଁର ଝିଅ କମ୍ପ୍ୟୁଟର ଶିକ୍ଷା ପାଇଁ ଆସିଥିବା ବେଳେ ତାକୁ ଅଶୋଭନୀୟ ବ୍ୟବହାର ଦେଖାଇଥିଲେ ଶିକ୍ଷକ ତଥା ଇନଷ୍ଟିଚ୍ୟୁଟ ର ମାଲିକ ନିଜୁତ ସ୍ୱାଇଁ। ଛାତ୍ରୀ ଜଣଙ୍କ ଘରକୁ ଫେରି ତାଙ୍କ ପରିବାରକୁ ଏବିଷୟରେ କହିଥିଲେ। ତାଙ୍କ ପରିବାର ଲୋକେ ଏବିଷୟରେ ଇନଷ୍ଟିଚ୍ୟୁଟକୁ ଯାଇ ଉକ୍ତ ବିବାଦୀୟ ଶିକ୍ଷକ ତଥା ଇନଷ୍ଟିଚ୍ୟୁଟ ମାଲିକ ଙ୍କୁ ଘଟଣା ବିଷୟରେ ପଚାରିଥିଲେ ଏବଂ ଉଭୟ ପକ୍ଷ ଙ୍କ ମଧ୍ୟରେ ପାଟିତୁଣ୍ଡ ଓ ବଚସା ହୋଇଥିଲା। ତେଣୁ ପରିବାର ଲୋକେ ଶିକ୍ଷକଙ୍କୁ ଚଲେଇ ଚଲେଇ ଥାନାରେ ଜିମା ଦେଇଥିଲେ । ଘଟଣା ବିଷୟରେ ଛାତ୍ରୀଙ୍କ ବାପା କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଏହାର ପାଲଟା ଭାବେ ଏହି ଶିକ୍ଷକ କିଛି ଲୋକ ତାଙ୍କୁ ବିନା ଦୋଷରେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ତେବେ ସେହି ଶିକ୍ଷକ ବାରମ୍ବାର ସେହି ଇନଷ୍ଟିଚ୍ୟୁଟ ଠାରେ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଯାଇ ବେଲରେ ଫେରିଛନ୍ତି।ଏପରିକି କିଛି ମାସ ପୂର୍ବରୁ ଜୈନେକ ବିବାହିତା ମହିଳା ଙ୍କ ସ୍ୱାମୀ କଳିଙ୍ଗବିକାଶ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ର ମାଲିକ ନିଜୁତ ସ୍ୱାଇଁ ଙ୍କୁ ତାଙ୍କ ଏହିଭଳି ପ୍ରବୃତି ପାଇଁ ଉତ୍ତମ ମଧ୍ୟମ ଦେଇଥିଲେ ଏହି ଅନୁଷ୍ଠାନ ର ମାଲିକ ନିଜୁତ ସ୍ୱାଇଁ ପୂର୍ବରୁ ବହୁବାର ଏଭଳି ଛାତ୍ରୀ ଙ୍କୁ ଅସଦାଚରଣ କରି ମାଡ଼ ଖାଇବା ସହିତ ଜେଲ ଯାଇ ଜାମିନ ରେ ଅଛନ୍ତି ଅଭ୍ୟାସଗତ ଅସଦାଚରଣ କାରୀ ଭାବେ ଅଞ୍ଚଳ ରେ ପୂର୍ବ କାର୍ଯ୍ୟକଳାପ ନିମନ୍ତେ ସେ ପରିଚିତ ଥିବା ଅଞ୍ଚଳ ରେ ଆଲଚ୍ୟ ବିଷୟ ପାଲଟିଛି ଥାନାରେ ଏତଲା ପରେ ଅଭିଯୁକ୍ତ ବିରୋଧରେ କରଞ୍ଜିଆ ଥାନାରେ କେଶ ନଂ ୩O୨ ରେ ମାମଲା ରୁଜ୍ଜୁ କରାଯାଇ ଭାରତୀୟ ପିଙ୍ଗଳ କୋର୍ଡ ର ଦଫା U/s-354/354 A/509/506 IPC. ଅନୁଯାୟୀ ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏସଡ଼ିଜେଏମ ଙ୍କ କୋର୍ଟ ଚାଲାଣ କରାଯାଇଥିଲା ସେଠାରେ ଜାମିନ ନାମଞ୍ଜୁର ହେବା ପରେ ଜେଲ କୁ ପଠାଇଦିଆଯାଇ ଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ