ଆର୍ ଟି ବିଦ୍ୟାପୀଠ ହାଇସ୍କୁଲ ର ଶିଳ୍ପ ପରିଭ୍ରମଣ କାର୍ଯ୍ୟକ୍ରମ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ସ୍ଥିତ ଆର୍ ଟି ବିଦ୍ୟାପୀଠ ହାଇସ୍କୁଲ ର ୧୦ମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଶିଳ୍ପ ପରିଭ୍ରମଣ ରେ ଭାବନ୍ଧ ଗାନ୍ଧୀ ଯାନ୍ତ୍ରୀକ ସ୍କୁଲ କୁ ଯାଇଥିଲେ।ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶ ପ୍ରକାର ରେ ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କ ର ଧନ୍ଦାମୂଳକ ଶିକ୍ଷା (ସୂଚନା ପ୍ରଯୁକ୍ତି ବିଦ୍ୟା ) ପ୍ରତି ଆକୃଷ୍ଟ କରିବା(ଜ୍ଞାନ ଆହରଣ) ନିମନ୍ତେ ଏକ ଦିବସ ଶିଳ୍ପ ଭ୍ରମଣ କାର୍ଯ୍ୟକ୍ରମ ରହିଛି।ଯାହା ଫଳରେ କି ଆଜି ସ୍ଥାନୀୟ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଶିଳ୍ପ ପରିଭ୍ରମଣ ରେ ଯାଇ ଗାନ୍ଧୀ ଯାନ୍ତ୍ରୀକ ସ୍କୁଲ ର ବିଭିନ୍ନ ବିଭାଗ ବୁଲିଥିଲେ । ଗାନ୍ଧୀ ସ୍କୁଲ ର ଅଧ୍ୟକ୍ଷ ସହକାରୀ ପ୍ରଫେସର ଅମେରେଶ ଚୈ।ଧିରୀ ପ୍ରଯୁକ୍ତି ବିଦ୍ୟା ର ଉପକାରିତା ସହ ଏହି କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ଗଢିବେ ପାରିବେ ବୋଲି କହିଛନ୍ତି। ଛାତ୍ରଛାତ୍ରୀ ଙ୍କ ସମେତ ଆର୍ ଟି ବିଦ୍ୟାପୀଠ ହାଇସ୍କୁଲ ର ଧନ୍ଦାମୂଳକ ଟ୍ରେନର ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ , ହିନ୍ଦୀ ଶିକ୍ଷକ ସୁସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।