ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଆଜି ପୁରୁଷୋତ୍ତମପୁର ସହର ସ୍ଥିତ ନରସିଂହ ଦାଶ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା ଉଦ୍ ଘାଟନ କରିଥିଲେ।ଏଥିରେ ୧୩ ଟି କ୍ଲଷ୍ଟର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ।ମିଲଟ୍ ମିଶନ କାର୍ଯ୍ୟକ୍ରମ ରେ ମାଣ୍ଡିଆ ଉପକାରିତା ଓ ବ୍ୟବହାର ଉପରେ ବକ୍ତୃତା ହୋଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା,ସମ୍ମାନିତ ଅତିଥି ଭାବେ ଏନ୍ ଏ ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ମଞ୍ଚାସିନ ଥିଲେ। ଅନ୍ୟତମ ଅତିଥି ଭାବେ ତାରାତାରିଣୀ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଡକ୍ଟର ସୁବ୍ରତ କୁମାର ଷଡଙ୍ଗୀ, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା,ନରସିଂହ ଦାଶ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଶବର, ସମ୍ମାନିତ ଅତିଥି ଭାବେ ବିଆରସିସି ସିମାଞ୍ଚଳ ରଥ,ଶିକ୍ଷକ ଯୁଧିଷ୍ଠିର ସାହୁ,ସୁବାଷ ଚନ୍ଦ୍ର ବେହେରା, କାଉନସିଲର ଅଶୋକ କୁମାର ମହାଙ୍କୁଡପ୍ରମୁଖ ଉପସ୍ଥିତ ଥିଲେ । କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ ପ୍ରତିଭା କୁ ବିକଶିତ କରିବା ସୁରଭି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟବକ୍ତା କହିଛନ୍ତି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସରୋଜ କୁମାର ଦାଶ, ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମ କୁ ସଞ୍ଜୋଜନାକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ