ବାରାହା ଶିକାର ପାଇଁ ପକାଯାଇଥିବା ଇଲେକ୍ଟ୍ରି ତାର ରେ ଲାଗି ଯୁବକ ମୃତ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ ଖରିଡା ପଞ୍ଚାୟତ ସୁବର୍ଣ୍ଣବରପଲ୍ଲୀ ଗ୍ରାମରେ ଆଜି ଘଟିଛି ଏକ ଅଭାବନୀୟ ଘଟଣାl ଗ୍ରାମ ନିକଟ ବିଲରେ ବାରାହା ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ୍ ତାର ରେ ଲାଗି ଜଣେ ଯୁବକ ମୃତ ହୋଇଛି l ମୃତକ ଜଣକ ହେଲେ ସେହି ଗ୍ରାମର ଦାମୋଦର ଭୂୟାଁ(୨୪) l ଦାମୋଦର ଆଜି ଭୋର ସକାଳୁ ନିଜ ସମ୍ପର୍କୀୟ ଭାଇ ମାନଙ୍କ ସହ ଚାଷ ଜମିକୁ ପାଣି ମଡାଇବାକୁ ଯିବା ବେଳେ ଗୋଟିଏ ବିଲରେ ବାରାହା ଶିକାର ଲାଗି ବିଛା ଯାଇଥିବା ଇଲେକ୍ଟ୍ରି ତାର ରେ ଲାଗି ଯାଇଥିଲେ l ସେଠାରୁ ଦାମୋଦର ଙ୍କ ଭାଇ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି l ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଥିବା ବେଳେ ବନବିଭାଗ ର ସଚେତନତା ଅଭାବ ଓ ପଶୁ ଶିକାରୀ ଙ୍କ ଯୋଗୁଁ ଆଜି ନିରୀହ ଦାମଦୋର ଙ୍କ ଜୀବନ ଚାଲିଆଯାଇଥିବା ଅଭିଯୋଗ କରି ପରିବାର ବର୍ଗ କ୍ଷତି ପୂରଣ ଦାବି କରିଛନ୍ତି lଏହା ନେଇ ପୁରୁଷୋତ୍ତମପୁର ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା ଙ୍କୁ ବୁଝିବାରୁ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି।ଏହା ନେଇ କବିସୂର୍ଯ୍ୟନଗର ଥାନା ରେ ୬୫୯/୨୩ରେ ଏକ ମାମଲା ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ପ୍ରଭାତ ସାହୁ କହିଛନ୍ତି ।