ଆତ୍ମହତ୍ୟା ନୁହେଁ ମୋ ଭଉଣୀକୁ ହତ୍ୟା କରାଯାଇଛି

ବନ୍ତ, (ଚାନ୍ଦିନୀ ମହାନ୍ତି):ଶନିବାର ବନ୍ତ ଥାନା ଅଧିନ ପଧାନପଡା ଗ୍ରାମରେ ଜଣେ ବଧୁକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଯାଜପୁର ଜିଲା କୋରାଇ ଥାନା ଅଧିନ ଯୁଗଳ ଗ୍ରାମର ସ୍ୱର୍ଗତ ଅଇଁଠୁ ଦାସଙ୍କ ଝିଅ ଉର୍ମିଳା ଦାସ ଗତ ତା-୧୨-୬-୨୦୧୯ ରିଖରେ ବନ୍ତ ଥାନା ଅଧିନ ପଧାନପଡା ଗ୍ରାମର ଅପର୍ତ୍ତି ବାରିକଙ୍କ ପୁଅ ଗୌତମ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ବେଳେ ବରପକ୍ଷର ଦାବୀ ମୁତାବକ କନ୍ୟା ପକ୍ଷରୁ ୬୦ ହଜାର ଟଙ୍କା ସହ ସୁନା ଚେନ୍‌, ମୁଦି ଆଦି ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଥିଲା । ବିବାହର ୩ ମାସ ପରେ ଶାଶୁ ଓ ନଣନ୍ଦ ଅଧିକ ଯୌତୁକ ଦାବୀ କରି ଉର୍ମିଳାକୁ ମାରପିଟ୍ କରିଥିଲେ । ଫଳରେ ଉର୍ମିଳାଙ୍କ ବାପ ଘର ପକ୍ଷରୁ ୩୦ ହଜାର ଟଙ୍କା ସହ ଅନ୍ୟ ଆସବାବପତ୍ର ଦିଆଯାଇଥିଲା । ଏସବୁ ସତ୍ତେ ଉର୍ମିଳାକୁ ଶାଶୁଘର ଲୋକେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲେ । ଶୁକ୍ରବାର ଉର୍ମିଳା ନିଜ ଭାଉଜଙ୍କୁ ଫୋନ୍ କରି ତାଙ୍କୁ ଶାଶୁ ଓ ନଣନ୍ଦ ୨ ଦିନ ହେବ ଖାଇବାକୁ ଦେଇନଥିବା ଏବଂ ତାଙ୍କୁ ମାରପିଟ୍ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି ବୋଲି କହିଥିଲେ । ଶନିବାର ସକାଳେ ପଧାନପଡା ଗ୍ରାମର ଜଣେ ମହିଳା ଫୋନ କରି ତୁମ ଭଉଣୀ ମରି ଯାଇଛି ବୋଲି ଉର୍ମିଳାଙ୍କ ଭାଇଙ୍କୁ କହିଥିଲେ । ଖବର ପାଇ ଉର୍ମିଳାଙ୍କ ଭାଇ ପଧାନପଡା ଗ୍ରାମରେ ପହଞ୍ôଚ ଭଉଣୀ ମରି ଶୋଇଥିବା ଦେଖିବାକୁ ପାଇଥିଲେ । ଉର୍ମିଳା ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କଥା ଶ୍ୱଶୁର କହୁଥିବା ବେଳେ ଉର୍ମିଳାକୁ ହତ୍ୟା କରାଯାଇଛି ବୋଲି ଉର୍ମିଳାଙ୍କ ଭାଇ କାହ୍ନୁ ଚରଣ ଦାସ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ପୋଲିସ କେସ ନଂ-୧୬୯/୨୩ ମୂଳେ ସ୍ୱାମୀ, ଶାଶୁ, ନଣନ୍ଦଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ