ୟୁଏନଏସସିରେ ଉଠିଲା କାଶ୍ମୀର ପ୍ରସଙ୍ଗ

ନ୍ୟୁୟର୍କ- ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ରେ କଶ୍ମୀରର ସ୍ଥିତି ଉପରେ ଚୀନ ଆଲୋଚନା କରିବାକୁ ପ୍ରସ୍ତାବ ରଖିଥିଲା କିନ୍ତୁ ସୁରକ୍ଷା ପରିଷଦର ସଦସ୍ୟ ରଷ୍ଟ୍ରଗୁଡିକ ଯଥା ଆମେରିକା, ଫ୍ରାନ୍ସ ଓ ଋଷିଆ ଏହାକୁ ବିରୋଧ କରିବା ପରେ ଚୀନ ନିଜର ଏହି ପ୍ରସ୍ତାବକୁ ଫେରାଇ ନେଇଛି । ଗଣମାଧ୍ୟମର ଖବର ଅନୁସାରେ ଡିସେମ୍ବରରେ ୟୁଏନଏସସି ଅଧ୍ୟକ୍ଷ ଆମେରିକା ଚୀନର ସମର୍ଥନ କରୁଥିବା ପ୍ରସ୍ତାବକୁ ନେତୃତ୍ୱ ନେଇଛନ୍ତି । ଫ୍ରାନ୍ସ କହିଛି ଯେ, କଶ୍ମୀର ମାମଲା ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମାମଲା । ଭାରତ ଏହି ମାମଲାରେ ସଂପୂର୍ଣ୍ଣ ରୂପେ ନିରବ ଥିଲା । ସୂତ୍ର ଅନୁସାରେ ଭାରତ ସୁରକ୍ଷା ପରିଷଦର ସଦସ୍ୟ ନୁହେଁ । ଏଥିପାଇଁ ସେ ଆଲୋଚନାରେ ସାମିଲ ନଥିଲା । ୟୁଏନଏସସିରେ ଏହି ପ୍ରସଙ୍ଗରେ ବ୍ରିଟେନ ପ୍ରଥମ ଥର ଭାରତକୁ ସମର୍ଥନ ଜଣାଇଛି । ସେହିଭଳି ୟୁଏନଏସସିର ଅନ୍ୟ ସଦସ୍ୟ ଋଷ ମଧ୍ୟ କହିଛି ଯେ, ଫୋରମରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ନ ହେବା ଭଲ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ