ଭାରତ ବିକାଶ ପରିଷଦ ମାଗଣା ସ୍ୱାସ୍ଥ୍ୟ ସଚେତନତା ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ତରଫରୁ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ପଣ୍ଡା କଲୋନୀ ଠାରେ ଥିବା ଭାରତ ବିକାଶ ଭବନ ରେ ମାଗଣା ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଯାଇଛି l ଏଥିରେ ଚକ୍ଷୁ, ମଧୁମେହ, ଅସ୍ଥିଶଲ୍ୟ, ଦନ୍ତ ଚିକିତ୍ସା, ଜେନେରାଲ ମେଡିସିନ, ଆୟୁର୍ବେଦ, ମନୋବିଜ୍ଞାନ ଚିକିତ୍ସା,ECG ଆଦି ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା l ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ର patron ବିଶିଷ୍ଟ ଅସ୍ଥିଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡଃ K.M.Pathy ଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ଵଳନ ପରେ ସ୍ୱାସ୍ଥ୍ୟ ସଚେତନତା ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାଃ. ବି. ନାଗେଶ୍ଵର ରାଓ ଙ୍କ ଟିମ୍ ସେବା ଦେଇଥିବା ବେଳେ, ବିଶିଷ୍ଟ Endocrinologist Dr. P.ରବି କୁମାର ଓ ତାଙ୍କ ଟିମ୍ ଚିକିତ୍ସା ସେବା ଦେଇଥିଲେ l Orthopadic ବିଭାଗ ରେ ପଦ୍ମଶ୍ରୀ ଡଃ. K. M. Pathy , ଦନ୍ତ ଚିକିତ୍ସା ସେବା ଡଃ. ସମରେନ୍ଦ୍ର ସାହୁ ଚିକିତ୍ସା ସେବା ଦେଇଥିଲେ lଆୟୁର୍ବେଦ ଚିକିତ୍ସା ଡଃ. ପ୍ରାଣ ଚାନ୍ଦ ପଣ୍ଡା ଓ ଡଃ. ହୃଷିକେଶ ପାଢୀ ,ଡଃ ସାଗର ରଞ୍ଜନ ତ୍ରିପାଠୀ ସେବା ଦେଇଥିଲେ ଏବଂ ମନୋବିଜ୍ଞାନ ଚିକିତ୍ସା ରେ କେ. ଏନ୍. ରାଣୀ ସେବା ଦେଇଥିଲେ l ସେହିପରି ECG ପରୀକ୍ଷା ଶ୍ରୀ କୁନ୍ଦନ ନାୟକ, ଓ ଗିରିଜା ପ୍ରସାଦ ରାଓ ଦ୍ଵାରା କରାଯାଇଥିଲା lଭାରତ ବିକାଶ ପରିଷଦ ର ସଭାପତି ଇଂ ସୀମାଞ୍ଚଳ ଦାଶ ଙ୍କ ଅଧ୍ୟକ୍ଷତାରେ, ସେବା ସଚିବ ଡଃ ପ୍ରାଣ ଚାନ୍ଦ ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିର ରେ 150 ରୁ ଅଧିକ ନାଗରିକ ମାନେ ଯୋଗ ଦେଇ ସେବା ର ସୁଯୋଗ ନେଇଥିଲେ l ସମ୍ପାଦକ ପ୍ରସନ୍ନ ଛୋଟରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ସେବା ଶିବିର ପରିଚାଳନା ହୋଇଥିଲା lଉପସଭାପତି J.ସତ୍ୟନାରାୟଣ, ସଂଗଠନ ସମ୍ପାଦକ ନାରାୟଣ ପାଢୀ , ଅର୍ଥ ସଚିବ ଉମା ପ୍ରସାଦ ପାତ୍ର, ଅଫିସ ସେକ୍ରେଟାରୀ ଅଶୋକ ବ୍ରହ୍ମା, ବିଜୟ ପାଢୀ, ରୁଦ୍ର ସିଂ ଦେଓ, ଆରତୀ ପଣ୍ଡା, କେ. ଏନ୍. ରାଣୀ, ଏନ୍. କୃଷ୍ଣା, ସୁଶିଲ ପଟ୍ଟନାୟକ, ରମେଶ ଚନ୍ଦ୍ର ପଣ୍ଡା,କୁଞ୍ଜ ବିହାରୀ ସାହୁ ପ୍ରକାଶ ଭଜାନି,patron ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ lସେବା ସଚିବ ଡଃ ପ୍ରାଣ ଚାନ୍ଦ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ଶେଷ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ