ବାର୍ଷିକ କ୍ରିଡ଼ାଉତ୍ସବ ଉଦଯାପିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଯୋଗେଶ୍ଵରପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ର ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଦିନ ଉଦଯାପନ ହୋଇଯାଇଛି। ଆୟୋଜିତ ଉଦ ଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗୋପୀକାନ୍ତପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅବଦୁଲ ବରକତ ଅଲ୍ଲୀ ଖାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିଶୁ ମନ୍ଦିର ର ଉପସଭାପତି ଦାମୋଦର ମିଶ୍ର, ସମ୍ପାଦକ ପ୍ରମୋଦ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ କ୍ରିଡ଼ା ପ୍ରତିଯୋଗୀତା ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇ ଥିଲେ। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ। କ୍ରିଡ଼ା ପ୍ରତିଯୋଗୀତା ର ୨୬୦ ଜଣ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କୋଷାଧ୍ୟକ୍ଷ ଅଶୋକ କୁମାର ପରିଡ଼ା ଶେଷରେ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ