ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ପ୍ରଥମାଷ୍ଟମୀ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ତୁଷାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ଦିନ ନିଆରା ଢଙ୍ଗରେ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି । ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ବିଏସ୍ଏନ୍ଏଲ ନିକଟ ପାର୍କରେ ବସ୍ତି ଅଞ୍ଚଳରେ କୁନି କୁନି ପିଲାଙ୍କୁ ମିଠା ବଣ୍ଟନ କରାଯିବା ସହିତ ବନ୍ଦାପନା କରାଯାଇଥିଲା ଏବଂ ବୃକ୍ଷରୋପଣ କରାଯାଇଥିଲା । ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କହିଥିଲେ ଯେ, ଆମେ ଯେମିତି ଘରର ବଡ଼ପୁଅକୁ ପ୍ରଥମାଷ୍ଟମୀରେ ବନ୍ଦାପନା କରୁଛେ, ଠିକ୍ ସେମିତି ବୃକ୍ଷ ଆମର ପ୍ରଥମ ପୁଅ ବୋଲି କହିଥିଲେ । ଆସନ୍ତୁ ସମସ୍ତେ ମିଳିମିଶି ଆଗାମୀ ପିଢି ପାଇଁ ଗଛଟିଏ ଲଗାନ୍ତୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ପ୍ରଧାନ, ଗଛପ୍ରେମୀ ପ୍ରଶାନ୍ତ ପାଣି, ସୁନାକର ସିଂହ, ଶିବିର କୁମାର ପରିଡ଼ା, ଜୟପ୍ରକାଶ, ସଂଗ୍ରାମ ଜେନା, ସୁଶୀଲ ସାହୁ, ରବି, ବୁଧ, ବୁନୁ, ଜୟନ୍ତୀ କର, କୁନା, ଜ୍ୟୋତ୍ସ୍ନା ପରିଡ଼ା, ବସନ୍ତ ପରମା ନାମିତ ଜୟା ନାମିତ ବାଟ ମଙ୍ଗଳା ଏସ୍ଏଚ୍ଜି ମହିଳାମାନେ ଯୋଗ ଦେଇଥିଲେ ।