ମାଟି ରାସ୍ତା ହେଲା ଫେବର ରୋଡ୍

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସହରାଂଚଳ ମାନଙ୍କରେ ଥିବା ମାଟି ରାସ୍ତାକୁ ଫେବର ରୋଡ୍ ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏନେଇ ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ମଧ୍ୟ ବିଭିନ୍ନ ମାଟି ରାସ୍ତାକୁ ଫେବର ରୋଡ୍ ରେ ପରିଣତ କରିବା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏନଏସିର ୧୧ ନମ୍ବର ୱାର୍ଡ ସତ୍ୟବାଦୀ ନଗରର ରାସ୍ତା ଖରାପ ହୋଇଯାଇଥିବାରୁ ସାହିବାସିନ୍ଦା ମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ସାହି ବାସିନ୍ଦାଙ୍କ ତରଫରୁ ସ୍ଥାନୀୟ କାଉନସିଲର ସନ୍ତୋଷୀ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲ।। ପରେ କାଉନସିଲର ଶ୍ରୀମତି ସେଠୀ ସାହି ବାସିନ୍ଦାଙ୍କ ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇ ଏନଏସି ପ୍ରଶାସନର ସହଯୋଗରେ ସାହିର ମାଟି ରାସ୍ତାକୁ ଫେବର ରୋଡ୍ ରେ ପରିଣତ କରାଯାଇଛି । ଯାହାଫଳରେ ସାହି ବାସିନ୍ଦା ମାନେ ସେମାନଙ୍କ ଯାତାୟତ ରେ ସୁବିଧା ହୋଇଥିଲା । ଏନେଇ ସାହି ବାସିନ୍ଦା ମାନେ ଖୁସି ଜାହିର କରିବା ସହିତ ସ୍ଥାନୀୟ କାଉନସିଲର ଏବଂ ଅନ୍ୟାନ୍ୟ ଜନପ୍ରତିନିଧୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହିଅବସରରେ ଶନିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ, ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ , ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ନଗର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକଙ୍କୁ ସାହି ବାସିନ୍ଦା ଏବଂ ମହିଳା ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏସଏଚଜି ଗୃଫ ମହାସଂଘର ସଭାନେତ୍ରୀ ପୂର୍ଣ୍ଣବାସୀ ମହାପାତ୍ର, ସାକ୍ଷୀଗୋପାଳ ଏସଏଚଜି ଗୃଫର ସଭାନେତ୍ରୀ ଦେବମାଳା ମହାରଣା, ସମ୍ପାଦିକା ଶୂଭଶ୍ରୀ ମହାରଣା , ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ଅକ୍ଷୟ ସ୍ୱାଇଁ ଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ