ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ଆଦିବାସୀ ବହୁଳ ରୁବ ସାହି ଗ୍ରାମ ବାସିନ୍ଦା ଶୁକ୍ରବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନେକ ବର୍ଷ ଧରି ସେମାନଙ୍କ ମୌଳିକ ସମସ୍ୟା ର ସମାଧାନ ହୋଇପାରୁନି। ଗ୍ରାମ ବାସିନ୍ଦା ପ୍ରଶାସନ ନିକଟରେ ବହୁ ବାର ସେମାନଙ୍କ ଅଭିଯୋଗ ଜଣାଇଥିଲେ ମଧ୍ୟ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ଚଳିତ ବର୍ଷ ମରୁଡି ଯୋଗୁଁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚାଷ ଜମି ଓ ଘର ର ସତ୍ଵାଧିକାର ପଟ୍ଟା ସେମାନଙ୍କୁ ପ୍ରଦାନ କରାଯାଉନହିଁ। ଗ୍ରାମ୍ୟ କୋଠ ଘର ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି।ତାର ମରାମତି କରାଯାଉନି। ଚାଷ ଜମି କୁ ଜଳସେଚନ ପାଇଁ ଗାଁ ନିକଟ ଝରଣା ନାଳ ରେ ଚେକ୍ ଡ଼୍ୟାମ ନିର୍ମାଣ କରାଯିବା ପ୍ରଭୃତି ଦାବି ନେଇ ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଗ୍ରାମର କୁରାମଣି ଶବର,ନରସିଂହ ଶବର, ଭଗବାନ ଶବର, ରାମ ଶବର,ସୁଦର୍ଶନ ଶବର, ସମ୍ବାରୁ ଶବର, ଆଇନଜୀବୀ ମନୋଜ କୁମାର ପଣ୍ଡା, ସାମାଜିକ କର୍ମୀ ରଘୁନାଥ ସାମନ୍ତରା, କା ହ୍ନା ରେଡ୍ଡୀ,ଅରୁଣ ମିଶ୍ର, ସତ୍ୟବାନ ଗୌଡ଼ ପ୍ରମୁଖ ବିକ୍ଷୋଭ ରେ ସାମିଲ ଥିଲେ। ପରେ ତହସିଲଦାର ଏବଂ ବିଡ଼ିଓ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।


