ଦିଗପହଣ୍ଡି ରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ଯାଳୟ ଆନୁକୂଲ୍ୟରେ ଶୁକ୍ରବାର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ସିଡ଼ିପିଓ ପୁଷ୍ପାଞ୍ଜଳି ଶତପଥୀ ଅଧ୍ଯକ୍ଷତା କରିଥିଲେ।ଦିଗପହଣ୍ଡି ତହସିଲଦାର ଅଶୋକ କୁମାର ତ୍ରିପାଠୀ, ବ୍ଲକ ଶିକ୍ଷାଧିକାରୀ କୋରେଶ ସେଠୀ, ବିଏସଏସଓ ରଶ୍ମି ପ୍ରକାଶିନି ଜାନି, ଆଇନଜୀବୀ ହରପ୍ରସାଦ ରଥ,ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ମୂଖ୍ଯତଃ ବାଲ୍ଯ ବିବାହ, ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା ଆଦିକୁ କିଭଳି ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ସେ ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା।ଏହି ଅବସରରେ ୧୦ ଜଣ ନିର୍ଭୟା କଢି ମାଆ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଙ୍ଗନୱାଡି ସୁପ୍ରଭାଇଜର ସଞ୍ଜୁଲତା ପାଣିଗ୍ରାହୀ, ଶାନ୍ତିଲତା ଶତପଥୀ, ସାଧନା ମହିଳା ସଂଘ ସଭାନେତ୍ରୀ ପି. ବିଜୟଲକ୍ଷ୍ମୀ, ଅଙ୍ଗନବାଡି କର୍ମୀ ଗାୟତ୍ରୀ ପାତ୍ର, ଅର୍ଚ୍ଚନା ପାଢୀ, ରଶ୍ମିତା ପାତ୍ର, ସ୍ନେହଲତା ଆଚାରୀ, ଭାରତୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


