ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଟିଭିପି ‘ନ୍ଯୁଜ୍ ନାଇନ୍’ ଗଣମାଧ୍ୟମ ପକ୍ଷରୁ ରବିବାର ଦିଗପହଣ୍ଡି ଠାରେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି।ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଠାରୁ ପଥପାର୍ଶ୍ବ ସେବା କେନ୍ଦ୍ର ଯାଏଁ ଅନୁଷ୍ଠିତ ଏହି ମାରାଥନରେ ବହୁ ସଂଖ୍ୟକ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।ଏଥିରେ ଶୁଭାଶିଷ ଚୌଧୁରୀ, ବି.ବିଶ୍ବନାଥ ଏବଂ ସୁଶାନ୍ତ ସେଠୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବିଭାଗରେ ସରସ୍ବତୀ ସେଠୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ମାରାଥନ ଶେଷ ପରେ ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ପୁରସ୍କାର ବୀତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଗଣମାଧ୍ୟମ ସଂସ୍ଥାର ମୂଖ୍ଯ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁରେଶୁ ଚନ୍ଦ୍ର ମହାରଣାଙ୍କ ଅଧ୍ଯକ୍ଷତା ଏବଂ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ପୋଲିସ ଥାନା ଏସଆଇ ମାଧବ ଚନ୍ଦ୍ର ଟାକିରି ଏବଂ ଆଇନଜୀବି ହରପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ସାଇ ଚରଣ ପଟ୍ଟନାୟକ, ସାଗରିକା ବରାଡ, ଏ.ରାଣୀ ଦୋରା, ସନ୍ଦୀପ ମହାରଣା, ଚନ୍ଦନ ମହାରଣା, ପ୍ରଶାନ୍ତ ନାୟକ, ଜୀବନ ସେଠୀ, ସୁମିତ ସାହୁ, ଲକ୍ଷ୍ମୀ ନାୟକ, ଏ. ତାରାଦେବୀ ପାତ୍ର, ଶତୃଘ୍ନ ବିଷୋୟୀ, ରାଜୁ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ