ବମକୋଇରେ “ନୂଆ – ଓ” କ୍ରୀଡା ଉତ୍ସବ  ଉଦଯାପିତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ‘ନୂଆ-ଓ’, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଚାଲିଥିବା କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ଦେବଦତ୍ତ ସୁବୁଦ୍ଧିଙ୍କ ଅଧ୍ଯକ୍ଷତା ଏବଂ ନୋଡାଲ ଅଫିସର ଅଧ୍ୟାପକ ଏ.ଦୁର୍ଯ୍ୟଧନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବ ରେ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରୀଡା କାର୍ଯ୍ୟକ୍ରମ  କମିଟି ମୁଖ୍ୟ ଅଧ୍ୟାପକ ସୁଶୀଲ କୁମାର ପାଣିଗ୍ରାହୀ, ବିବେକାନନ୍ଦ ମହାପାତ୍ର , ନାରାୟଣ ପ୍ରଧାନ, କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିବେକାନନ୍ଦ ମହାପାତ୍ର, ଧନ୍ୟବାଦ ଅର୍ପଣ କରିଥିଲେ। ଗତ ୧୩ ତାରିଖ ଠାରୁ ଚାଲିଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର କୃତି  ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଲୁକ୍କାୟିତ ପ୍ରତିଭାର ଅନ୍ବେଷଣ ସହ ନୂଆ ଓଡିଶା ଗଠନ କରିବା ପାଇଁ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଯୁବ ବର୍ଗର ସକ୍ରିୟ ଅଂଶଗ୍ରହଣ ଉପରେ ମୁଖ୍ୟ ଅତିଥି  ଗୁରୁତ୍ବାରୋପ କରିଥିଲେ।ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଅନ୍ୟ ସମସ୍ତ କର୍ମଚାରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ