ମା ମଙ୍ଗଳାଙ୍କ ପାଖରେ ପହଁଚିଲା ନିମନ୍ତ୍ରଣ ପତ୍ର
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି ଉତ୍ସବ ପାଇଁ ପ୍ରଥମେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଶ୍ରୀ ମନ୍ଦିର ସେବାୟତଙ୍କ ଏକ ପ୍ରତିନିଧି ଦଳ ବିଶ୍ଵାବସୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଙ୍କ ନେତୃତ୍ୱ ରେ ଆଜି ସଂଧ୍ୟା ରେ କାକଟପୁର ବାସିନୀ ମା ମଙ୍ଗଳା ମନ୍ଦିରରେ ପହଁଚିଥିଲେ । ଶ୍ରୀ ମନ୍ଦିରରୁ ଆସିଥିବା ନିମନ୍ତ୍ରଣ ପତ୍ର ସହ ଗୁଆ କୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଙ୍କୁ ପ୍ରଦାନ କରି ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ଜଣାଇଥିଲେ।ଆସନ୍ତା ୧୭ ତାରିଖରେ ଲୋକାର୍ପଣ ଉତ୍ସବ ରେ ଯୋଗଦେବା ପାଇଁ ଦୁଇଜଣ ବରିଷ୍ଟ ସେବାୟତଙ୍କୁ ସେମାନେ ନିମନ୍ତ୍ରଣ କହିଛନ୍ତି ।