ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ବିୟୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତ :୨୨.୧୨.୨୦୨୩ ରିଖ ୮.୩୦ ମି ସମୟରେ ଗଜପତି ଜିଲ୍ଲା, କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ନିବାସୀ ଅବସରପ୍ରାପ୍ତ ଇଞ୍ଜିନିୟର ସ୍ବର୍ଗତ ରଘୁମଣି ରଣା ଇହଧାମ ତ୍ୟାଗ କଲେ ।ସେ ଜଣେ ଆଧ୍ୟାତ୍ମବାଦୀ ବ୍ୟକ୍ତି ଭାବରେ ଶ୍ରୀ ଅରବିନ୍ଦ ସଂସ୍ଥା, ଦିବ୍ୟଜୀବନ ସଂଘ ଏବଂ ଶ୍ରୀ ସତ୍ୟସାଇ ସଙ୍ଗଠନ ଆଦି ଅନେକ ଆଧ୍ୟାତ୍ମିକ କ୍ଷେତ୍ର ସହ ସଂପୃକ୍ତ ଥିଲେ । ପିତା ବିଶ୍ବମ୍ବର ରଣା ଓ ମାତା ବୃନ୍ଦାବତୀ ଦେବୀଙ୍କର କୋଳ ମଣ୍ଡନ କରି ସେ ତା:୦୩.୦୭.୧୯୩୬ ରିଖରେ ଜନ୍ମ ଗ୍ରହଣ କରି ଥିଲେ । ଜନ୍ମସ୍ଥାନ ଖାରଡ଼ାରେ ପ୍ରାଥମିକ, ପାରଳାଖେମୁଣ୍ଡିର MRBHS ରେ ମାଧ୍ୟମିକ ଶିକ୍ଷା କୃତିତ୍ତ୍ୱର ସହ ସମାପନ କରି ସେ ବ୍ରହ୍ମପୁରସ୍ଥ ୟୁସିପି ଇଞ୍ଜିନିୟର ସ୍କୁଲରେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍ କରିଥିଲେ । ହିଞ୍ଜିଳିକାଟୁରେ ଓଭର୍ସିୟର ଭାବରେ କର୍ମମୟ ଜୀବନ ଆରମ୍ଭ କରି ବ୍ରହ୍ମପୁରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରୂପେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ଜଣେ ଦୁର୍ନୀତିମୁକ୍ତ ଅଫିସର୍ ଭାବରେ ତାଙ୍କର ଖୁବ୍ ସୁଖ୍ୟାତି ଥିଲ।ତାଙ୍କର ନିଷ୍କଳଙ୍କ ବ୍ୟକ୍ତିତ୍ଵ ସାଙ୍ଗକୁ ବହୁ ଭାଷାବିତ୍, ବିଦ୍ୱାନ୍, ପରୋପକାରୀ ଗୁଣ ତାଙ୍କୁ ଲୋକପ୍ରିୟ କରିପାରିଛି । ସେ ତାଙ୍କ ଯୁବ ସମୟରେ ଅନେକ ଗୀତ ରଚନା କରି ଥିଲେ ଏବଂ ଅଭିନେତା ଭାବରେ ମଧ୍ୟ ସେ ବେଶ୍ ଜଣାଶୁଣା ଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ବସନ୍ତ କୁମାରୀ ଦେବୀ, ତିନି ଝିଅ ଜ୍ବାଇଁ, ପୁଅ ବୋହୁ ଏବଂ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ସତୀର୍ଥ ବନ୍ଧୁ ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ଦେବା ସହ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ।ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି । ପୁଅ ଗୌରୀ ରଣା, ଜ୍ୱାଇଁ ରବୀନ୍ଦ୍ର ରଣା, ଡା. ସଚିକାନ୍ତ ମହାପାତ୍ର, ଅଖିଳ ପାତ୍ର ସମ ବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ