ଅପହରଣ ଉଦ୍ୟମ ବିଫଳ

ନିମାପଡ଼ା, (ସନ୍ତୋଷ ଦାଶ):ମଙ୍ଗଳବାର ପ୍ରାୟ ରାତି ୮ଘଟିକା ସମୟ ରେ କୋଣାର୍କ – କାକଟପୁର ମୁଖ୍ୟ ରାସ୍ତା ର ବଢ଼େଇଛକ ନିକଟ ଜଙ୍ଗଲ ରୁ ହାତଗୋଡ଼ ବନ୍ଧା ହୋଇଥିବା ନିକଟସ୍ଥ ଭାଣପୁର ଗାଁର ପୂର୍ଣଚନ୍ଦ୍ର ମହାପାତ୍ର ଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି କୋଣାର୍କ ସ୍ଵାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଥିଲା । କୋଣାର୍କ ପୋଲିସଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ରୁ ପ୍ରକାଶ ଯେ, ସବୁଦିନ ପରି ପୂର୍ଣ୍ଣଚନ୍ଦ୍ର ରାତି ପ୍ରାୟ ଆଠଟା ସମୟ ରେ କୋଣାର୍କ ରୁ ଘରକୁ ଯିବା ସମୟରେ କେହି ଜଣେ ଦୁର୍ବୁତ୍ତ ତାଙ୍କୁ ଅପହରଣ କରିବା ଉଦ୍ଦେଶ୍ୟ ରେ ତାଙ୍କ ପାଟିରେ କପଡା ବାନ୍ଦି ତାଙ୍କ ହାତ ଗୋଡ଼ କୁ ବାନ୍ଧି ଦେଇଥିଲେ କିନ୍ତୁ ତାଙ୍କୁ ଅପହରଣ କରିବାରେ ବିଫଳ ହେବାରୁ ବଢ଼େଇ ଛକ ନିକଟ ରାସ୍ତା ପାର୍ଶ୍ଵ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ । ଘଟଣା ସ୍ଥଳର କିଛି ଦୂର ରେ ତାଙ୍କ ସାଇକଲ ଓ ଚପଲ ପଡିଛି । ତାଙ୍କୁ ମାଡ଼ ମରା ଯାଇଥିବାରୁ ସେ ଗୁରୁତର ହୋଇପଡିଛନ୍ତି । କାହିଁକି ଏଭଳି ଘଟଣା ଘଟିଲା ଓ କିଏ ଘଟାଇଲା ସେ ସମ୍ପର୍କରେ କୋଣାର୍କ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ