୫T ଅଧକ୍ଷ ଗସ୍ତ ସମୟରେ ଏଫ୍ ଏମ ବିଶ୍ଵବିଦ୍ୟାଳୟର +୩ ପରୀକ୍ଷାକୁ ସ୍ତଗିତ
ବାଲେଶ୍ଵର, (ସରୋଜ ପଣ୍ଡା):ଓଡ଼ିଶାରେ ବାଲେଶ୍ଵର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଅଟେ। ବିଜୁ ଜନତା ଦଳର ୨୪ ବର୍ଷର ସରକାରରେ ଶିକ୍ଷା ବ୍ୟବସ୍ଥା ସବୁଠାରୁ କ୍ଷତିଗ୍ରସ୍ତ ହୋଇଅଛି। ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ୪୦% ରୁ ଅଧିକା ଅଧ୍ୟାପକ ଓ ଅଣଅଧ୍ୟାପକ ପଦ ପଦବୀ ଖାଲି ପଡ଼ିଥିବା ବେଳେ କଲେଜ କାନ୍ଥବାଡ଼ରେ ସବୁଜ ରଙ୍ଗ ମାରି ବିକାଶର ଡ଼ିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ବାଲେଶ୍ଵର ଜିଲ୍ଲାର ଫକୀର ମୋହନ ବିଶ୍ଵିଦ୍ୟାଳୟ ଅନ୍ତର୍ଗତ ମହାବିଦ୍ୟାଳୟ ଗୁଡିକରେ +୩ର ସେମିଷ୍ଟାର ପରୀକ୍ଷା ଗୁଡ଼ିକ ୫T ଅଧକ୍ଷଙ୍କର ରାଜନୈତିକ ଗସ୍ତ ଫଳରେ ବାରମ୍ବାର ସ୍ତଗିତ ହେଉଅଛି, ଯାହାର ଫଳ ସ୍ୱରୂପ ଡ଼ିସେମ୍ବର ପ୍ରଥମ ସପ୍ତାହରେ ଶେଷ ହେବାକୁ ଥିବା ପରୀକ୍ଷା ଏବେ ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ ଯାହାଦ୍ଵାରା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ବଢ଼ିବା ସହିତ ମାନସିକ ଯନ୍ତ୍ରଣା ବଢ଼ିଚାଲିଛି, ଯାହାକୁ ବାଲେଶ୍ଵରର ବୁଦ୍ଧିଜୀବି ଓ ଯୁବ ସମାଜ ବିରୋଧ ଓ ନିନ୍ଦା କରୁଅଛନ୍ତି ।କଲେଜ ପରିସରକୁ ରାଜନୈତିକ ବାତାବରଣରୁ ଦୂରେଇ ରଖିବା ଯୁକ୍ତିରେ କଲେଜ ନିର୍ବାଚନ ବନ୍ଦ ରଖିଥିବା ନବୀନ ସରକାର ଏବେ କଲେଜ ପରିସରକୁ ବିଜେଡ଼ିର ରାଜନୈତିକ କର୍ମଶାଳାରେ ପରିଣତ କରିସାରିଲେଣି, ତତସହିତ ବିଗତ ତିନି ମାସ ଧରି ମହାବିଦ୍ୟାଳୟ ଗୁଡ଼ିକରେ ପାଠପଢା ବନ୍ଦ କରାଯାଇ ନୂଆ-ଓ ଏବଂ ୫T କାର୍ଯ୍ୟକ୍ରମ କରାଯାଉଛି ଯାହାର ଫଳ ସ୍ୱରୂପ ପାଠପଢା ବନ୍ଦ ହେଉଛି , ସୁଚିନ୍ତିତ ଭାବେ ଶିକ୍ଷା ପରିବେଶକୁ ସମ୍ପୂର୍ଣ ନଷ୍ଟ କରାଯାଉଛି ଯାହାକୁ ବାଲେଶ୍ୱର ଯୁବମୋର୍ଚ୍ଚା ନିନ୍ଦା କରୁଅଛି।୫T ଅଧକ୍ଷ ଜିଲ୍ଲା ଗସ୍ତ କରୁଥିବା ବେଳେ ଆଜି ବାଲେଶ୍ଵର ଯୁବମୋର୍ଚ୍ଚା ଆଜି ପ୍ରଶ୍ନ କରୁଅଛି ।୧- ବାଲେଶ୍ଵର ଜିଲ୍ଲାରେ ୪୦% ରୁ ଅଧିକା ଖାଲିପଡ଼ିଥିବା ଅଧ୍ୟାପକ ଓ ଅଣଅଧ୍ୟାପକ ପଦବୀକୁ କେବେ ସୁଦ୍ଧା ପୂରଣ କରିବେ। ୨- ବାଲେଶ୍ଵର ଜିଲ୍ଲା ଏକ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ହେବା ସହିତ ପ୍ରଚୁର ପରିମାଣରେ ପ୍ରାକୃତିକ ସମ୍ପଦ ଥିବା ବେଳେ ବହୁ ସଂଖ୍ୟାରେ ଯୁବକ ଭିନ୍ନ ରାଜ୍ୟରେ ଦାଦନ ଖଟୁଛନ୍ତି, ଯୁବାବର୍ଗଙ୍କୁ ନିଜ ଜିଲ୍ଲାରେ କେବେ ସୁଦ୍ଧା ରୋଜଗାର ମିଳିପାରିବ ?ସାମ୍ବାଦିକ ସମ୍ମିଳନୀରେ ଜ଼ିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶୀକାନ୍ତ ମିଶ୍ର,ଜ଼ିଲ୍ଲା ଯୁବମୋର୍ଚ୍ଚା ସାଧରଣ ସମ୍ପାଦକ ଖଗେନ୍ଦ୍ର ନାୟକ, ଜ଼ିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଦେବାଶିଷ ଆଚାର୍ଯ୍ୟ ଓ ନାରାୟଣ ମହନ୍ତ ଓ ସୁବୋଧ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।।