ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ତ୍ୟାଗଭୂମି ପ୍ରତିଭା’ ଓ କବି ଶ୍ରୀଦେବଙ୍କୁ ‘ବିଷ୍ଣୁସେଠୀ କବିତା-ବାଗ୍ମିତା’ ସମ୍ମାନ

ବାଲେଶ୍ୱର, (ସରୋଜ ପଣ୍ଡା):ଭଦ୍ରକ ଅସ୍ମିତାର ପ୍ରତୀକ ‘ତ୍ୟାଗଭୂମି’ ମହୋତ୍ସବ ଆନୁକୂଲ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ସନ୍ଧ୍ୟାରେ ସ୍ୱର୍ଗତ କବି ‘ବିଷ୍ଣୁ ସେଠୀ ମଞ୍ଚ’ରେ ‘ତ୍ୟାଗଭୂମି’ର ଉପଦେଷ୍ଟା ପର୍ଶୁରାମ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ରାଜ୍ୟ ଯୋଜନା ବୋର୍ଡ଼ ଅଧ୍ୟକ୍ଷ କବି ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କ ଦ୍ୱାରା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା କରାଇବାରେ ସହାୟକ ହୋଇଥିବା ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ତ୍ୟାଗଭୂମି ପ୍ରତିଭା’ ଏବଂ ବିଶିଷ୍ଟ କବି ଶ୍ରୀଦେବଙ୍କୁ ‘ବିଷ୍ଣୁସେଠୀ କବିତା-ବାଗ୍ମିତା’ ସମ୍ମାନରେ ଭଦ୍ରକର ସ୍ଥାନୀୟ ଶହିଦ୍ ସ୍ମୃତି ଭବନର ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟବକ୍ତା ଭାବରେ ଡ. ନିରଞ୍ଜନ ସାହୁ ଏବଂ ଏକାଡେମୀ ପୁରସ୍କୃତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଭଦ୍ରକର ଅସ୍ମିତା ଓ ତ୍ୟାଗଭୂମିର ଦାୟିତ୍ୱ ସଂପର୍କିତ ଅଭିବ୍ୟକ୍ତି ରଖି ଉଭୟ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଭଦ୍ରକର ଜନସାଧାରଣ, ସାମ୍ବାଦିକ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ‘ତ୍ୟାଗଭୂମି’ର ଏତାଦୃଶ କାର୍ଯ୍ୟକୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ