ମୋଦି ସରକାରଙ୍କ ଗ୍ୟାରେଣ୍ଟି “ଆମ ସଂକଳ୍ପ ବିକଶିତ ଭାରତ” ରଥ ହରିପୁର ଏବଂ ଦହପଡ଼ା ଗ୍ରାମପଞ୍ଚାୟତରେ ପରିକ୍ରମା

ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ଦିନ ହରିପୁର ଏବଂ ଦହପଡ଼ା ଗ୍ରାମପଞ୍ଚାୟତରେ ମୋଦି ସରକାରଙ୍କ ଗ୍ୟାରେଣ୍ଟି “ଆମ ସଂକଳ୍ପ ବିକଶିତ ଭାରତ “ରଥ ପରିକ୍ରମା କରିଥିଲା। ପଞ୍ଚାୟତରେ ରଥ ପରିକ୍ରମା ସମୟରେ ସ୍ଥାନୀୟ ଲୋକମାନେ ହରି ନାମ ସଙ୍କୀର୍ତ୍ତନ କରି ରଥକୁ ବାଟ କଢାଇ ନେବା ସହ ସ୍ବାଗତ କରିଥିଲେ। ଏହି ରଥରେ LED ପରଦା ମାଧ୍ୟମରେ ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା l ପଞ୍ଚାୟତର ଲୋକମାନେ ମୋଦି ସରକାରଙ୍କ ଯେଉଁ ଯେଉଁ ଯୋଜନାରେ ଅନ୍ତର୍ଭୁକ୍ତ ତାର ସୂଚି କରିବା ସହ ଯେଉଁ ମାନେ ଏହିସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ତାଙ୍କର ପଞ୍ଜିକରଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଠାଇବା ତଥା ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ଲାଭ ପାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସ୍ଥଳରେ ରେମୁଣାର ପୂର୍ବତନ ବିଧାୟକ ତଥା ରେମୁଣା ନିର୍ବାଚନ ମଣ୍ଡଳୀ ବିକାଶ ତୀର୍ଥ ଯାତ୍ରା ସଂଯୋଜକ ଗୋବିନ୍ଦ ଚନ୍ଦ୍ର ଦାସ,ମଣ୍ଡଳ ସଂଯୋଜକ କୃଷ୍ଣ ଚନ୍ଦ୍ର ସାହା,ନାରୀ ନେତ୍ରୀ ଶୋଭନା ମହାନ୍ତି ପ୍ରମୁଖ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ,ନାରାୟଣ ମହାନ୍ତ,ସୁବୋଧ ଚନ୍ଦ୍ର ପଣ୍ଡା,ବିପିନ ମାରାଣ୍ଡି,ବିଜୟ କୁମାର ସେଠୀ,ପ୍ରଦୀପ ପାଣିଗ୍ରାହୀ,ସୃଷ୍ଟିଧର ଦାସ,ଅଜୟ ଦାସ,ରାମଚନ୍ଦ୍ର ଜେନା,ମାନସ ରାଉତ,ଶ୍ରୀକୃଷ୍ଣ ଭୋଇ, ଏସ.କେ. ହାପିଯୁଦିନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲରେ ଭଲ ପାଠ ପଢୁଥିବା ପିଲା,କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭ ଉଠାଇଥିବା ଲାଭାର୍ଥି ତଥା ସମାଜ ପାଇଁ ନିଜକୁ ସମର୍ପିତ କରୁଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସଂସ୍ଥା ଯଥା LPG, ନାବାର୍ଡ, ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରିମାନେ ଉପସ୍ଥିତ ହୋଇ ନିଜ ନିଜ ଅଧୀନରେ ଆସୁଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକମାନଙ୍କ ସହ ଅଙ୍ଗନୱାଡ଼ି ଦିଦି, ଆଶା ଦିଦି, ସ୍ୱୟଂସହାୟିକା ଗୋଷ୍ଠୀର ମହିଳା,ବିଦ୍ୟାଳୟର ଛାତ୍ର ଛାତ୍ରୀ,ଚାଷୀ ଓ ଉଜ୍ଜଳା ଦିଦି ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀ ମାନଙ୍କୁ ଏହି ସଂକଳ୍ପ ଯାତ୍ରା ମାଧ୍ୟମରେ ଯୋଜନା ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଦେଶର ପ୍ରତ୍ୟେକ ଅସହାୟ ବ୍ୟକ୍ତି ଯାହାଙ୍କ ପାଖରେ ଘର ନାହିଁ ତାଙ୍କୁ ପକ୍କା ଘର,ମା ମାନଙ୍କୁ ଉଜ୍ବଳା ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ, ସୁକନ୍ୟା ଯୋଜନା,ପ୍ରଧାନମନ୍ତ୍ରୀ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନବିମା ଯୋଜନା ଇତ୍ୟାଦି ଅନେକ ଯୋଜନାରେ ହିତାଧିକାରୀଙ୍କୁ ଭୁକ୍ତ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ