ବାଲିଆପାଳର ବରିଷ୍ଠ ବିଜେପି ନେତା ସତ୍ୟାନନ୍ଦ ମହାନ୍ତିଙ୍କ ବିଜେଡ଼ି ରେ ଯୋଗଦାନ

ବାଲେଶ୍ୱର, (ସରୋଜ ପଣ୍ଡା):୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଷଷ୍ଠଥର ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ତୃଣମୂଳ ସ୍ତରରୁ ଏକଜୁଟ ହେଉଛି ବିଜୁ ଜନତା ଦଳର ସଂଗଠନ । ବସ୍ତା ନିର୍ବାଚନ ମଣ୍ଡଳୀରେ ଆହୁରି ମଜଭୁତ ହେଉଛି ଦଳ । ଶୁକ୍ରବାର ବାଲେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ଵ ତଥା ନୂଆ ଓଡ଼ିଶା , ନବୀନ ଓଡ଼ିଶା ଗଠନରେ ନିଜକୁ ସାମିଲ ହେବାର ଲକ୍ଷ୍ଯ ନେଇ, ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ନେତୃତ୍ଵରେ ବାଲିଆପାଳ ବିଜେପିର ଜଣେ ବରିଷ୍ଠ ନେତା, ପୂର୍ବତନ ଜିଲ୍ଲା ପରିଷଦ ଏବଂ ବାଲିଆପାଳ ବ୍ଲକ୍ ଡଗରା ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ସତ୍ୟାନନ୍ଦ ମହାନ୍ତି ନିଜର ସମର୍ଥକ ମାନଙ୍କ ସହ ଆଜି ବିଜେପି ଛାଡି ବିଦ୍ଧିବଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ଜିଲ୍ଲା ବିଜେଡି ସଭାପତି ଅଶ୍ବିନୀ କୁମାର ପାତ୍ର, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବସ୍ତା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ରଣଜିତ୍ କୁମାର ମହାପାତ୍ରଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ, ସେମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେଡିରେ ସେମାନଙ୍କ ଯୋଗଦାନ ବସ୍ତା ନିର୍ବାଚନ ମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରୁ ଆହୁରି ସଶକ୍ତ ଓ ସଂଗଠିତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀମତୀ ଜେନା ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସୁବ୍ରତ କୁମାର ପଣ୍ଡା, ଦେବ କୁମାର ଦେ, ଜିଲ୍ଲା ସାଧାରଣ ସମ୍ପାଦକ ଚକ୍ରଧର ଗିରି, ବାଲିଆପାଳ ବ୍ଲକ୍ ସଭାପତି ଗୋବିନ୍ଦ ପ୍ରସାଦ ଦାସ, ବସ୍ତା ବ୍ଲକ୍ ସଭାପତି ଅନିଲ କୁମାର ମହାନ୍ତି, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସିମନ ଦାସ ମହାପାତ୍ର ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ