ଖେମୁଣ୍ଡି ଖଲାସୀ ସଂଘ ର ବୈଠକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ନିକଟ ଶ୍ରମିକ ସଙ୍ଗଠନ ଏଆଇଟିୟୁସି କାର୍ଯ୍ୟାଳୟ ପରିସରରେ ସୋମବାର ଖେମୁଣ୍ଡି ଖଲାସୀ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ତଥା ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ଅଳକ ନାଥ ମିଶ୍ର ବୈଠକ ରେ ଅଧ୍ୟକ୍ଷତା କରିଥିଲେ।ଖଲାସୀ ସଂଘ କୁ ଅଧିକା କ୍ରିୟାଶୀଳ କରାଯିବା ନିମନ୍ତେ ବୈଠକ ରେ ବିସ୍ତୃତ ଆଲୋଚନା କରାଯାଇ ନିର୍ଦ୍ଧାରଣ ଗୃହୀତ କରାଯାଇଥିଲା। ସଂଘ ର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ଏନ୍ ଏ ସି ପକ୍ଷରୁ ଜମି ଯୋଗାଇଦେବା କୁ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ସବିଶେଷ ଆଲୋଚନା କରାଯିବା ନିମନ୍ତେ ବୈଠକରେ ଆଗତ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଅନୁଯାୟୀ ସଂଘର ସଭ୍ୟବୃନ୍ଦ ଆବେଦନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ସଂଘ ର କାର୍ଯ୍ୟକର୍ତ୍ତା ପାଣ୍ଡବ ସେଠୀ,ଯୁଧିଷ୍ଟିର ଦାସ,ରଞ୍ଜନ ସେଠୀ,ଉଜ୍ଜଳ ସେଠୀ,ସୁନୀଲ ସେଠୀ,ଶୁକଦେବ ବେହେରା, ଆନନ୍ଦ ସେଠୀ,ସନ୍ତୋଷ ସେଠୀ,କାଳିଆ ସେଠୀ, ପିଣ୍ଟୁ ଦାସ ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


