ଜାନୁଆରୀ ୨୬ରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି- ସଂଯୁକ୍ତ କିଷାନ ମୋର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମୋଦି ସରକାର ଦେଶର କୃଷକ ଓ ଶ୍ରମିକମାନଙ୍କୁ ଦେଇଥରବା ପ୍ରତିଶୃତିକୁ ପୁରଣ ନକରିବା ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଐତିହାସିକ କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ତାରିଖ ଦିନ ସଂଗଠିତ କରିଥିବା ଟ୍ରାକ୍ଟର ରାଲିର ସ୍ମୃତି ସ୍ୱରୂପ ଆସନ୍ତା ଜାନୁଆରୀ ୨୬ତାରିଖରେ ଦେଶବ୍ୟାପୀ ଟ୍ରାକ୍ଟର ରାଲିର ଆହ୍ୱାନ ଦେଇଛି । କୃଷକ ଆନ୍ଦୋଳନ ସମୟରେ ପଡିରହିଥିବା ସମସ୍ତ ମକଦ୍ଦମା ଗୁଡିକୁ ପ୍ରତ୍ୟାହାର କରିବା, ଲକ୍ଷ୍ମୀପୁର ଖେରୀ ଗଣହତ୍ୟାରେ ଅଭିଯୁକ୍ତ ଗୃହ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କୃଷିଜାତ ପଦାର୍ଥର ଏମ.ଏସ.ପି. ପାଇଁ ଆଇନ ଆଣିବା, ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ୍ ପ୍ରତ୍ୟାହାର କରିବା ପ୍ରଭୃତି ୨୧ଟି ଦାବିରେ ସାରା ଦେଶ ବ୍ୟାପି ଅନୁଷ୍ଠିତ ଜାନୁଆରୀ ୨୬ ଟ୍ରାକ୍ଟର ରାଲି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିକାଶ ସାମ୍ମୁଖ୍ୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି ଅନୁଯାୟୀ ୨୬ତାରିଖ ଅପରାହ୍ନ ୩ଘଟିକାରେ କେନ୍ଦ୍ରାପଡା ସହରର ସାନ୍ତସାହି ନିକଟରୁ ଶତାଧିକ ମଟର ସାଇକେଲ ରାଲି ବାହାରି ସହର ପରିକ୍ରମା କରିବା ସହିତ ଦୁହୁରିଆ ନିକଟରେ ପହଞ୍ଚିବ । କିଷାନ କଂଗ୍ରେସର ବରିଷ୍ଠ ନେତା ପ୍ରଫୁଲ୍ଲ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆବାହକ ଗୟାଧର ଧଳ, ରମଣୀରଞ୍ଜନ ରାଉତରାୟ, ଅଜୟ ସାମଲ, ଫକିର ଚରଣ ଖଟୁଆ, ବୈଷ୍ଣବ ଚରଣ ସ୍ୱାଇଁ, ସନ୍ଦିପ୍ତ ଦାସ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଦାଶରଥି ସାହୁ, ନରୋତ୍ତମ ପାର୍ଥସାରଥି, ଭାଗୀରଥି ଜେନା, ରମେଶ ଚନ୍ଦ୍ର ପ୍ରଧାନ, ଧରଣୀଧର ସୁଆର, ଗଣେଶ ମେକାପ, ମହେନ୍ଦ୍ର କୁମାର ପରିଡା, ନାରାୟଣ ଚନ୍ଦ୍ର ପରିଡା, ରାଜକୁମାର ସ୍ୱାଇଁ, ସୂର୍ଯ୍ୟକାନ୍ତ ପରିଡା, ଏଲୀନା ସାମନ୍ତରାୟ, କୁଳମଣୀ ଦାସ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ସୟଦ ଇସମାଇଲ୍ ହୁସେନ, ସେକ ଆଜମ ତୁଲ୍ଲା, ମହମ୍ମଦ ସାହିଲ ଫୟାଜ ପ୍ରମୁଖ ଉପସ୍ଥିତ ଥିଲେ । ସାରା ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ଜାନୁଆରୀ ୨୬ତାରିଖ ଦିନ ସଭା ଓ ଶୋଭାଯାତ୍ରା ପ୍ରଭୃତି ଆୟୋଜନ କରିବା ପାଇଁ କୃଷକ ଓ ଶ୍ରମିକମାନଙ୍କୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ