“ନୂଆ-ଓ”, ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ

ପୋଲସରା , (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରାର ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ, ଯୁବ ଓଡିଶା ଓ ନବୀନ ଓଡିଶା ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ପ୍ରଦୀପ୍ତ କୁମାର ପରମଗୁରୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ପୋଲସରା ବିଡ଼ିଓ କୁରେଶ ଜାନୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ବିଡ଼ିଓ ଶ୍ରୀ ଜାନୀ ପ୍ରକାଶ କରିଥିଲେ ଯେ, ” ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ଆୟୋଜନ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା, ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜନ କରାଯିବ। ବୁଗୁଡା ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମନୋଜ କୁମାର ପାଢ଼ୀ, ଧନିତ୍ରୀ ନାୟକ, ମକରଧ୍ୱଜ ବରାଡ଼, ଓ ଡକ୍ଟର ଆଶିଷ କୁମାର ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପିକା ଡକ୍ଟର ରଞ୍ଜିତା କୁମାରୀ ମିଶ୍ର ପରିଚାଳନା କରିଥିବା ବେଳେ ପରିଷଦର ସଦସ୍ୟ ଅଧ୍ୟାପକ ଶିଶିର କାନ୍ତ ବିଷୋୟୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ