ସମସ୍ତ ଉଠାଦୋକାନୀମାନଙ୍କୁ ଥଇଥାନ କରାଯିବ-ଅଶୋକ ପଣ୍ଡା ଉଠାଦୋକାନୀମାନେ ସହରର ମେରୁଦଣ୍ଡ-ସୁବାସ ସିଂ

ଜାତୀୟ ଉଠାଦୋକାନୀ ଦିବସ ପାଳିତ
ଭୁବନେଶ୍ୱରରେ ବହୁ ଭେଣ୍ଡିଂଜୋନ ଗଠନ କରାଯିବ-ସୁଲୋଚନା ଦାସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜାନୁଆରୀ ୨୦ ତାରିଖ ଜାତୀୟ ଉଠାଦୋକାନୀ ଦିବସ । ୨୦୧୪ ମସିହା ଜାନୁୟାରୀ ୨୦ ତାରିଖ ଦିନ ପାର୍ଲାମେଣ୍ଟରେ ଉଠାଦୋକାନୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ ପାରିତ ହୋଇଥିଲା । ସେହି ଦିନଟିକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଜାନୁୟାରୀ ୨୦ ତାରିଖରେ ସାରା ଭାରତବର୍ଷରେ ଜାତୀୟ ଉଠାଦୋକାନୀ ଦିବସ ପାଳନ ହୋଇଆସୁଛି । ଓଡ଼ିଶାରେ ମଧ୍ୟ ଶନିବାର ଦିନ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ, ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ଓ ଜାତୀୟ ଉଠାଦୋକାନୀ ମହାସଂଘର ମିଳିତ ଉଦ୍ୟମରେ ଜାତୀୟ ଉଠାଦୋକାନୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ହଜାର ହଜାର ଉଠାଦୋକାନୀ ରାଜମହଲ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ଫଳ ଭେଣ୍ଡିଂଜୋନ ନିକଟରେ ପହଞ୍ôଚଥିଲେ । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥଲା । ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଜାତୀୟ ଉଠାଦୋକାନୀ ଦିବସରେ ଉଦ୍‌ଘାଟକ ଭାବେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ, ଓଡ଼ିଶାର ସହର ଗୁଡ଼ିକରେ ଉଠାଦୋକାନୀ ମାନେ ହେଉଛନ୍ତି ମେରୁଦଣ୍ଡ । ଉଠାଦୋକାନୀମାନେ ସହର ଗୁଡ଼ିକରେ ମୌଳିକ ସେବା ଯୋଗାଇଥାନ୍ତି । ସେମାନଙ୍କୁ ଆଉ ଉଚ୍ଛେଦ କରାଯିବ ନାହିଁ । ଯଦି କୌଣସି କାରଣରୁ ଉଚ୍ଛେଦ କରାଯାଏ, ତେବେ ସେମାନଙ୍କୁ ତୁରନ୍ତ ଥଇଥାନ କରାଯିବ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ କହିଲେ ଯେ, ଏବେ ଭୁବନେଶ୍ୱରର ବହୁ ୱାର୍ଡ଼ରେ ଭେଣ୍ଡିଂଜୋନ ଗଠନ କରାଯିବ ଏବଂ ଉଠାଦୋକାନୀ ମାନଙ୍କର ସମସ୍ତ ସମସ୍ୟା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ଖୁବ୍ ଶିଘ୍ର ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀମତୀ ଦାସ କହିଥିଲେ । ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂ ଯୋଗଦେଇ କହିଲେ ଯେ, ଉଠାଦୋକାନୀ ମାନଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ କେହି ବଞ୍ôଚତ କରିପାରିବେ ନାହିଁ । ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶାରେ ଉଠାଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ କରିବେ ଏବଂ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବେ ବୋଲି ମତବ୍ୟକ୍ତ କରିଥିଲେ । ମହାସଂଘର ଉପଦେଷ୍ଟା ତଥା ପ୍ରିୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ ବକ୍ତୃତା ଦେଲାବେଳେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ଉଠାଦୋକାନୀ ତାଳିମାରି, ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଶ୍ରୀଯୁକ୍ତ ଜେନା ମେୟର ଥିବା ସମୟରେ ଭୁବନେଶ୍ୱରରେ ୬୦ରୁ ଅଧିକ ଭେଣ୍ଡିଂଜୋନ ଗଠନ କରି ହଜାର ହଜାର ଦୋକାନୀମାନଙ୍କୁ ଥଇଥାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଖାଲି ସେତିକି ନୁହେଁ, ଉଠାଦୋକାନୀମାନଙ୍କୁ ଅନେକ ସମୟରେ ସହଯୋଗର ହାତ ବଢାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଡେପୁଟି ମେୟର ମଞ୍ଜୁଲତା କଅଁର, ସମାଜସେବୀ କବିରାଜ ସ୍ୱାଇଁଙ୍କ ସମେତ ୩୦ରୁ ଅଧିକ କର୍ପୋରେଟର ଯୋଗଦେଇ ସେମାନେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଲଲାଟ କୁମାର ଓଝା, ନିରଞ୍ଜନ ପାଣ୍ଡେ, ଶୁଭଲକ୍ଷ୍ମୀ ମହାନ୍ତି, ସୂର୍ଯ୍ୟମଣି ସାହୁ, ବିପିନ ଜେନା, ସସ୍ମିତା ସାହୁ, ପ୍ରଦୀପ କୁମାର ସାହୁ, ସୁଦର୍ଶନ ପୃଷ୍ଟି, ବସନ୍ତ କୁମାର ରାଉତ, ଭାରତୀ ସେଠୀ, ପ୍ରଶାନ୍ତ କୁମାର ନାୟକ, ନାରୁଆ ସାହୁ, ସୁଦର୍ଶନ ସାହୁ, ଜଗବନ୍ଧୁ ବେହେରା, କେ.ଆର ଅନମୁଲ, ମଙ୍ଗୁଳି ସାହୁ, ଶରତ କୁମାର ସାହୁ, ସୁମନ ପୃଷ୍ଟିଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ୱ ସଂଗଠନର କମକର୍ତ୍ତା, ସଭ୍ୟସଭ୍ୟାମାନେ ଯୋଗ ଦେଇଥିଲେ । ପରିଶେଷରେ ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ