ଚାଷୀ ଙ୍କୁ ନ ଜଣାଇ ତରବରିଆ ଭାବେ ମଣ୍ଡି ଖୋଲିବା ନେଇ ଅସନ୍ତୋଷ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତ ର ଧନୀତ୍ରି ସେବା ସମବାୟ ସମିତି ପକ୍ଷରୁ ସରକାରୀ ଅଧିକାରୀଙ୍କ ଅନୁପସ୍ଥିତି ରେ ଓ ଚାଷୀ ମାନଙ୍କୁ ନ ଜଣାଇ ଗତକାଲି ସରକାରୀ ଛୁଟି ଦିବସ ରେ ଧାନମଣ୍ଡି ଖୋଲିବା ଘଟଣାରେ କୃଷକ ସଂଗଠନ ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ କୃଷକ ମାନଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଗତକାଲି ଜଗନ୍ନାଥ ଧାମ ପୁରୀ ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଚାଲିଥିବା ବେଳେ ବ୍ଲକ ଯୋଗାଣ ଅଧିକାରୀଙ୍କ ଅନୁପସ୍ଥିତିରେ କାଁଭାଁ କୃଷକ ମାନଙ୍କୁ ନେଇ ଅତି ତରବରିଆ ଭାବେ ଧନିତ୍ରୀ ସେବା ସମବାୟ ସମିତି ପକ୍ଷରୁ ଧନିତ୍ରୀ ଠାରେ ଧାନମଣ୍ଡି ଖୋଲା ଯାଇଥିଲା। ଏହି ଘଟଣାକୁ ବୁଦ୍ଧିଜୀବୀ ଓ ଚାଷୀ ମାନେ ତୀବ୍ର ନିନ୍ଦା କରିବା ସହିତ ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ କାକଟପୁର ଯୋଗାଣ ଅଧିକାରୀ ସମେତ ବିଭିନ୍ନ ସରକାରୀ ଅଧିକାରୀ ନିୟୋଜିତ ହୋଇଥିବାବେଳେ ଚାଷୀ ମାନେ ଓ ଗ୍ରାମପଞ୍ଚାୟତର ଅଧିକାଂଶ ଜନସାଧାରଣ ପୁରୀ ଯାଇଥିବା ବେଳେ ଓ ବିଭିନ୍ନ ସ୍ଥାନରେ ଏହି ଉତ୍ସବ କୁ ଦେଖୁଥିବାବେଳେ ଛୁଟିଦିନରେ କଣ ପାଇଁ ସମିତିର ସଂପାଦକ ଧାନମଣ୍ଡି ଖୋଲିଲେ ତାର ବିଧିବଦ୍ଧ ତଦନ୍ତ ପାଇଁ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି ।ଏହି ଧାନମଣ୍ଡି ରେ ସରକାରୀ ଅଧିକାରୀ ଅନୁପସ୍ଥିତ ରହିବା ବେଳେ ଏହାର ପ୍ରଚାର ଓ ପ୍ରସାର ଦିଗରେ ଧନିତ୍ରୀ ସେବା ସମବାୟ ସମିତି ପକ୍ଷରୁ କୌଣସି ଚାଷୀମାନଙ୍କୁ ଅବଗତ ନ କରାଯାଇ ଛୁଟିଦିନରେ ଧାନମଣ୍ଡି ତରବରିଆ ଭାବେ ଖୋଲିବା ପଛରେ ଅସଲ ଉଦ୍ଦେଶ୍ୟ କଣ କୃଷକ ମାନଙ୍କ ମହଲରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏହି ସମ୍ବେଦନଶୀଳ ଘଟଣା ଉପରେ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦୃଷ୍ଟି ଦେଇ ସଂପୃକ୍ତ ସମିତିର ସଂପାଦକଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ