ସମଲେଇ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ ର ନିମନ୍ତ୍ରଣ ପତ୍ର ମା ମଙ୍ଗଳା ଓ ରାମଚଣ୍ଡୀ ମନ୍ଦିର ରେ ପହଞ୍ଚିଲା
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ୨୭ ତାରିଖରେ ସମ୍ବଲପୁର ର ଆରାଧ୍ୟା ଦେବୀ ସମଲେଇ ମନ୍ଦିର ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି ଉତ୍ସବ ରେ ଯୋଗ ଦେବାକୁ ସମଲେଶ୍ବରୀ ପିଠରୁ କାକଟପୁର ର ମା ମଙ୍ଗଳା ଓ କୋଣାର୍କ ର ମା ରାମଚଣ୍ଡୀ ଙ୍କ ପୀଠ ରେ ଆଜି ନିମନ୍ତ୍ରଣ ପତ୍ର ପହଞ୍ଚିଛି। ମା ସମଲେଶ୍ବରୀ ମନ୍ଦିର ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ ଘାଟନ କରିବେ।ଆଜି ଅପରାହ୍ନ ରେ ମା ସମଲେଶ୍ବରୀ ମନ୍ଦିର ପକ୍ଷରୁ ସମଲେଇ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ ର ନିମନ୍ତ୍ରଣ ପତ୍ର ପୁରୀରେ ମା ବିମଳା ଙ୍କ ଉଦ୍ଦେଶ୍ୟ ରେ ଶ୍ରୀମନ୍ଦିର ରେ ଅର୍ପଣ କରାଯିବା ପରେ କୋଣାର୍କ ରେ ମା ରାମଚଣ୍ଡୀ ଙ୍କୁ ଓ କାକଟପୁର ରେ ମା ମଙ୍ଗଳାଙ୍କୁ ନିମନ୍ତ୍ରଣ ପତ୍ର ଅର୍ପଣ କରାଯାଇଛି। ସମଲେଇ ମନ୍ଦିର ପ୍ରକଳ୍ପ ନିମନ୍ତ୍ରଣ ପତ୍ର କୁ ସମଲେଶ୍ବରୀ ମନ୍ଦିର ର ପୂଜକ ସଂକୀର୍ତନ ରାୟ ,ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ସନ୍ତୋଷ କୁମାର ସେଠ , ଜିଲ୍ଲା ସଂସ୍କୃତି ଅଧିକାରୀ ଫକୀର ମୋହନ ମାଝୀ ପ୍ରମୁଖ ଆଣି ପହଞ୍ଚିଥିଲେ। ରାମଚଣ୍ଡୀ ମନ୍ଦିର ର ପୁଜକ ମାନେ ଫୁଲ ,ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ଅତିଥି ମାନଙ୍କୁ ସ୍ବାଗତ କରିଥିଲେ। ପରେ ସେମାନେ କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ରେ ପହଁଚି ମା ମଙ୍ଗଳାଙ୍କୁ ନିମନ୍ତ୍ରଣ କରିଥିଲେ । ମା ମଙ୍ଗଳା ମନ୍ଦିର ର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଓ ମା ଙ୍କ ପୂଜକ ମାନେ ଅତିଥି ମାନଙ୍କୁ ସ୍ବାଗତ ଜଣାଇ ମନ୍ଦିର କାର୍ଯ୍ୟାଳୟ କୁ ପାଛୋଟି ନେଇଥିଲେ।


