ସାନଖେମୁଣ୍ଡି ବ୍ଲକ ରେ ଗଡ଼ିଲା ଲଷ୍ମୀ ବସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ମୁଖ୍ୟ ଦପ୍ତର ରୁ ଗ୍ରାମଞ୍ଚଳକୁ ଗଡିଲା ଲକ୍ଷ୍ମୀ ବସ ସେବା ପ୍ରଥମ ପର୍ଯ୍ୟାୟରେ ଦୁଇଟି ବସ ପହଞ୍ଚିବା ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଦୁଇଟି ବସ ଶୁଭାରମ୍ଭ ହୋଇଛି।ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା ରେ ଯୋଡ଼ି ହୋଇଛି ଲକ୍ଷ୍ମୀ ବସ ସେବା। ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ରୁ ଜନସାଧାରଣ ମହିଳା ମାନେ ବ୍ଲକ ଅଫିସ, ମେଡିକାଲ , କଲେଜ,ଥାନା ଓ ବିଭିନ୍ନ ସରକାରି ବେସରକାରୀ କାର୍ଯ୍ୟାଳୟକୁ ଗମନା ଗମନର ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଲଷ୍ମୀ ବସ ଯୋଜନା କାର୍ଯ୍ୟ କାରିଛନ୍ତି । ସାନଖେମୁଣ୍ଡି ବ୍ଲକ ପରିସର ରୁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ତତ୍ୱାବଧାନରେ ଦୁଇଟି ଲକ୍ଷ୍ମୀ ବସ ମଧ୍ୟରୁ ଗୋଟିଏ ବ୍ଲକ ରୁ ବାହାରି ପାଟପୁର, ରାଧାଦେଇପୁର, ଏରେଣ୍ଡା , ଖଲିଙ୍ଗି, ଦୟାନିଧିପୁର, କଙ୍କୋରଡା, ଡେଙ୍ଗାଡି, ଜଗନ୍ନାଥ ପୁର,ଭାଲ୍ୟାଝୋଳା, ପାଳାସପୁର ଦେଇ ବ୍ଲକ ରେ ପହଞ୍ଚିଥିବା ବେଳେ ଅନ୍ୟଟି ଗଂଗାପୁର ପଞ୍ଚାୟତ ନରସିଂହଗଡ, ଶ୍ରୀରାମନଗର, ଭିମନଗର , ସଂଢେପ, ପଦ୍ମପୁର, ପୋଡାମାରି, ଡେଙ୍ଗାଉସ୍ତା, ସିଙ୍ଗିପୁର, ନୂଆଁଗଡ, ସୁମନ୍ତପୁର ଦେଇ ବ୍ଲକ ରେ ବ୍ଲକରେ ପହଞ୍ଚିଥିଲା । ଏହି ଶୁଭରମ୍ଭ କାର୍ଯ୍ୟକ୍ରମରେ ବ୍ଲକ ଏବିଡିଓ ବୈଜନ୍ତି ମୁଣ୍ଡେ,ବ୍ଲକ ଉପାଧ୍ୟକ୍ଷା ରିଙ୍କି ନାହାକ , ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ସଙ୍କର୍ଷଣ ସ୍ବାଇଁ, ପିଇଓ ରାମ ପ୍ରସାଦ ପୃଷ୍ଟି ବ୍ଲକ ବପିସି ଦୁର୍ଯ୍ୟଧନ ମଲ୍ଲିକ , ବିପିଏମ ନରେନ୍ଦ୍ର ତ୍ରିପାଠୀ, ଦନାର୍ଦନ ପଲେଇ,କୈଳାସ ପାତ୍ର, ସଂଗ୍ରାମ କେଶରୀ ବିଶୋଇ,ବିଜୟ ଭୂୟାଁ, କାଳୁ ଚରଣ ଭୂୟାଁ , ସରପଞ୍ଚ ରାକେଶ ପାତ୍ର,ଜାଗିଲୀ ସେଠୀ, ମହିଳା ଗୋଷ୍ଠି , ଏମବିକେ, ସିଆର ପି,ବ୍ୟାଙ୍କ ମିତ୍ର ମା ମାନେବ୍ଲକ ର ସମସ୍ତ ପ୍ରକାର ସମସ୍ତ ଜନପ୍ରତିନିଧି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ