ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜ୍ୱଳା ଦିଦି କହିଲେ ଚୋର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗୋପ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉଜ୍ୱଳା ଦିଦିଙ୍କ ଜିଲ୍ଲା ସଭାପତି ଉସାରାଣୀ ରାଉତଙ୍କ ନେତ୍ରୁତ୍ୱରେ ଏବଂ ସମ୍ପାଦକ ଲକ୍ଷ୍ମୀ ଦାଶଙ୍କ ତତ୍ୱାବଧାନରେ ଆଜି ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉଜ୍ୱଳା ଦିଦିଙ୍କ ରାଜ୍ୟ ସଭାପତି କାଦମ୍ବିନୀ ସ୍ୱାଇଁ ଯୋଗଦେଇ କହିଲେ ଯେ ସେମାନେ ଉଜ୍ୱଳା ଦିଦି ଭାବେ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷହେବ ଦିନରାତି ଏକାକାର କରି ନିଜ ପରିବାରକୁ ଭୃକ୍ଷେପ ନକରି ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମକୁ ଗ୍ରାମ ବୁଲି ଲୋକ ମାନଙ୍କ ପଖରେ ପହଞ୍ଚିି ଗ୍ୟାସ୍ କନେକସନ୍ ଦେବା ସହିତ ରନ୍ଧନ ଗ୍ୟାସ୍ ସେବା ଯୋଗାଇ ଆସୁଛନ୍ତି । ୨୦୧୯ ମସିହାରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଏବଂ ଅମିତ ସାହା ରାଷ୍ରୀୟ ଅଧ୍ୟକ୍ଷ ଥିବା ସମୟରେ ସମଗ୍ର ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ବର୍ଗର “ମା” ମାନଙ୍କୁ ଆଣି ଉଜ୍ୱଳା ଦିଦିରୂପେ ନିଯୁକ୍ତି ଦେଇ ସେମାନଙ୍କୁ ପରିଚୟ ପତ୍ର ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ହେଲେ ଏଥି ମଧ୍ୟରେ ଦୀର୍ଘ ୬ ବର୍ଷ ବିତିଯାଇଥିଲେ ସୁଧା କୌଣସି ପାରିଶ୍ରମିକ ନଦେବା କିମ୍ବା ନିଯୁକ୍ତି ଦେବା ବଦଳରେ ସମ୍ବଲପୁରକୁ ଡକାଇ କେନ୍ଦ୍ରମନ୍ତ୍ରୀ ତୁମ ମାନଙ୍କୁ ଆମେ ଚିହ୍ନିନୁ କି ଜାଣିନୁ ବୋଲି କହି ସଭା ସ୍ଥଳରୁ ତାଛଲ୍ୟ କରି ବିଦା କରିଦେବା ଭଳି ସଂଗୀନ ଅଭିଯୋଗ କେନ୍ଦ୍ରର ମୋଦୀ ସରକାର ବିରୋଧରେ ଆଣିବା ସହିତ ପ୍ରତିବାଦ କରି ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ୍‌, ଧର୍ମେନ୍ଦ୍ର ପ୍ରଧାନ ହାଏ, ହାଏ ନାରା ଦେଇ ଆମକୁ ତୁରନ୍ତ ଉଜ୍ୱଳା ଦିଦିର ମାନ୍ୟତା କିମ୍ବା ନିଯୁକ୍ତି ନଦେଲେ ଆଗାମି ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବୁ ବୋଲି କଡା ଚେତାବନୀ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶଶିରେଖା ଭୋଳ, ସୁପ୍ରଭା ଜେନା, ପ୍ରତିମା ସ୍ୱାଇଁ, ଅନ୍ନପୂର୍ଣ୍ଣା ନାୟକ, ନମିତା ମହାନ୍ତି, ଶୁଭଲକ୍ଷ୍ମୀ ସେଣ, ସରସ୍ୱ୍ୱତୀ ରାଉତ, କାବେରୀ ପ୍ରଧାନ, ସିପ୍ରାରାଣୀ ରାଉତ, ସକୁନ୍ତଳା ବେହେରା ଓ ଭାରତୀ ରାଉତ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ