ରହିଛି ମୋବାଇଲ ଟାୱାର ହେଲେ ୧ ବର୍ଷ ହେଲା କରୁନି କାମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ଗ୍ରାମରେ ମୋବାଇଲ ଟାୱାର ରହିଛି. ହେଲେ ଗତ ୧ ବର୍ଷ ହେଲା ଏହା କାର‌୍ୟ୍ୟ କରୁନାହିଁ. କାର‌୍ୟ୍ୟକ୍ଷମ ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ଅସନ୍ତୋଷ ବଢ଼ି ଚାଲିଛି. ସଂପ୍ରତି ଅଧିକାଂଶ କାର‌୍ୟ୍ୟ ଅନଲାଇନରେ ହେଉଥ‌ିବାରୁ ଲୋକମାନେ ବହୁଳ ଭାବେ ଭାବେ ମୋବାଇଲ ବ୍ୟବହାର କରୁଛନ୍ତି । କିନ୍ତୁ ଏଠାରେ ମୋବାଇଲ ନେଟ୍ସର୍କ ଟାୱର ସ୍ଥାପନ କରାଯାଇଛି କିନ୍ତୁ ତାହା କାର‌୍ୟ୍ୟକ୍ଷମ ହେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ବଢ଼ିଛି । ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏକ ବର୍ଷରୁ ଅଧିକ ସମୟ ହେବ ନେଟୱାର୍କ ଟାୱର ସ୍ଥାପନ କରାଯାଇଛି । କିନ୍ତୁ ତାହା କାର‌୍ୟ୍ୟକ୍ଷମ ହୋଇନି । ଏ ସମ୍ପର୍କରେ ଜିଲାପାଳଙ୍କୁ ଏବଂ ବିଧାୟକଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ତଥାପି ଟାୱର କାର‌୍ୟ୍ୟକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଅଜୟଗଡ଼ ଗ୍ରାମ ସମ୍ପୂର୍ଣ ପାହାଡ଼ ଘେରା ମଧ୍ୟରେ ଥିବାରୁ ଜନପ୍ରତିନିଧ୍ ଓ ପ୍ରାଶସନିକ ଅଧୂକାରୀ ଦୃଢ଼ ଅଢୁଆଳରେ ରହି ଉନ୍ନ‌ୟନମୂଳକ କାର‌୍ୟ୍ୟ ହୋଇପାରୁନି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଶୀଘ୍ର ମୋବାଇଲ ଟାୱାର କାର‌୍ୟ୍ୟକ୍ଷମ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ